ମାର୍ଚ୍ଚ 5 ବଦଳରେ ଏପ୍ରିଲ 24 କୁ ପଞ୍ଚାୟତିରାଜ ଦିବସ ପାଳନ ନିଷ୍ପତ୍ତି ବିଜେପି ସରକାର ନିଷ୍ପତ୍ତି ନେବାକୁ ନେଇ ରାଜନୀତି ସରଗରମ ହୋଇଛି । ବିଜେଡ଼ିର ବରିଷ୍ଠ ନେତା ତଥା ମିଡ଼ିଆ ସଂଯୋଜକ ପ୍ରତାପ ଜେନା କହିଛନ୍ତି ଏହା ବିଜେପିର ହୀନମନତ୍ୟା ।
ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ବିଜେଡି ପାଳନ କରୁଛି । ପ୍ରତାପ ଆହୁରି କହିଛନ୍ତି, ସେ ଭାରତର ପ୍ରଥମ ବ୍ୟକ୍ତି, ଯିଏ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେଇଥିଲେ।
ବାଜପେୟୀଙ୍କ ପରି ମହାନ ନେତା ବିଜୁ ବାବୁଙ୍କ ସ୍ମୃତି ରକ୍ଷା ପାଇଁ ଭୁବନେଶ୍ୱର ବିମାନ ବନ୍ଦରକୁ ବିଜୁ ବାବୁଙ୍କ ନାଁରେ କରିଥିଲେ। ହେଲେ ଏବେ ସରକାର ପଞ୍ଚାୟତିରାଜ ଦିବସ ଘୁଞ୍ଚାଇବା ଓଡ଼ିଶା, ଓଡ଼ିଶାବାସୀଙ୍କ ପ୍ରତି ଅପମାନ।
ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଏ ନିଷ୍ପତ୍ତି ପରିବର୍ତନ ନ କରିବେ, ସେ ପର୍ଯ୍ୟନ୍ତ ଆମେ ଚୁପ ରହିଁବୁନି। ଆମେ ଲୋକଙ୍କ ପାଖକୁ ଯିବୁ। ଦରକାର ପଡ଼ିଲେ ବିଜେଡି ରାଜରାସ୍ତାକୁ ଯିବ, ସାରା ଓଡ଼ିଶାର ଲୋକ ଏହାକୁ ପ୍ରତିବାଦ କରିବେ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା। ତେବେ ବିଜେପି ସରକାର ପକ୍ଷରୁ ବିଜୁ ଜୟନ୍ତୀ ପାଳନ ପାଇଁ ନବୀନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।