ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜର 38 ତମ ଜନ୍ମଦିନକୁ ସୋମବାର ଧୁମଧାମରେ ପାଳନ କରିଛନ୍ତି । ଗତ କିଛି ମାସ ହେବ ଶ୍ରଦ୍ଧା ତାଙ୍କ ଫିଲ୍ମ ସହ ନିଜ ଡ଼େଟିଂ ଲାଇଫକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି ।
ଅଭିନେତ୍ରୀ ଜଣକ ବଲିଉଡ଼ର ସ୍କ୍ରିନ ରାଇଟର ରାହୁଲ ମୋଦିଙ୍କୁ ଡ଼େଟ କରୁଥିବା ନେଇ ପୂର୍ବରୁ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା । ଗତବର୍ଷ ଅକ୍ଟୋବରରେ ଏକ ସାକ୍ଷାତକାର ସମୟରେ ଶ୍ରଦ୍ଧା ରାହୁଲଙ୍କ ନାଁ ନ ନେଇ ରିଲେଶନଶିପରେ ଥିବା ନେଇ ସ୍ପଷ୍ଟ କରିଥିଲେ ।
ତେବେ ନିକଟରେ ଶ୍ରଦ୍ଧାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରାହୁଲଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଚର୍ଚ୍ଚା ବଢ଼ିଛି। ଫିଲ୍ମ ତାରକାଙ୍କର ଜୀବନ ଶୈଳୀକୁ କଭର୍ କରୁଥିବା ଫଟୋଗ୍ରାଫର ସଂସ୍ଥା ‘ପେପରାଜି’ ପକ୍ଷରୁ ନିକଟରେ ଶ୍ରଦ୍ଧାଙ୍କୁ ମୁମ୍ବାଇର ଏକ ସ୍ଥାନରେ ସ୍ପଟ୍ କରାଯାଇଥିଲା।
ସେଠାରେ ଶ୍ରଦ୍ଧା ଜିମ୍ ଆଉଟ୍ଫିଟ୍ରେ ନଜରକୁ ଆସିଥିଲେ। ଶ୍ରଦ୍ଧା ସେତେବେଳେ କୌଣସି ସ୍ଥାନକୁ ଯିବା ପାଇଁ ତରତର ହେଉଥିବା ବେଳେ ସେ ତାଙ୍କ ହାତରେ ନିଜ ମୋବାଇଲକୁ ଧରିଥିଲେ। ତେବେ ଶ୍ରଦ୍ଧାଙ୍କ ଫୋନ୍ର ୱାଲ୍ପେପରରେ ରାହୁଲଙ୍କ ସହ ତାଙ୍କର ଏକ ରୋମାଣ୍ଟିକ ଫଟୋ ଥିବା ନେଇ ‘ପେପରାଜି’ର କ୍ୟାମେରାରେ ରେକର୍ଡ ହୋଇଯାଇଥିଲା।
ଏହି ଫଟୋରେ ଉଭୟ ଶ୍ରଦ୍ଧା ଏବଂ ରାହୁଲ ପରସ୍ପରକୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି। ପେପରାଜି ପକ୍ଷରୁ ରେକର୍ଡ ହୋଇଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।