ଚଳିତ ବର୍ଷ ମେ ମାସରେ ଭାରତରେ ଏସୀୟ ସିଂହ ସଂଖ୍ୟା ଗଣନା ହେବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ବିଶ୍ବ ବନ୍ୟପ୍ରାଣୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଛନ୍ତି ।
ମୋଦୀ ଜୁନାଗଡ଼ଠାରେ ନ୍ୟାସନାଲ ରେଫରାଲ ସେଣ୍ଟର-ୱାଇଲ୍ଡ ଲାଇଫ୍ର ଶିଳାନ୍ୟାସ କରିବା ସହ ଚଳିତ ବର୍ଷ ମେ ମାସରେ ହେବାକୁ ଥିବା ୧୬ଶ ଏସୀୟ ସିଂହ ସଂଖ୍ୟା ଗଣନା ଘୋଷଣା କରିଥିଲେ।
ତାମିଲନାଡୁର କୋଏମ୍ବାଟୁରଠାରେ ମାନବ-ବନ୍ୟଜନ୍ତୁ ସଂଘର୍ଷ ପରିଚାଳନା କେନ୍ଦ୍ର, ଏସ୍ଏସିଓଏନ୍ ପ୍ରତିଷ୍ଠା ପାଇଁ ଘୋଷଣା କରିବା ସହ ନଦୀ ଡଲଫିନ୍ ଉପରେ ଏକ ପୁସ୍ତକ ଉନ୍ମୋଚନ କରିଥିଲେ।