ଗତ ତିନି ବର୍ଷ ଧରି ରୁଷ ସହିତ ଯୁଦ୍ଧ କରୁଥିବା ୟୁକ୍ରେନର ଅସୁବିଧା ବଢ଼ିଯାଇଛି। ୟୁକ୍ରେନୀୟ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କ ମନୋଭାବ ଯୋଗୁଁ, ତାଙ୍କ ଦେଶକୁ ସହାୟତା ଏବେ ବନ୍ଦ ହୋଇଯାଇଛି। ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଯୁକ୍ତିତର୍କ ଏବଂ ଝଗଡ଼ା କରିବା ପରେ ୟୁକ୍ରେନକୁ ସାମରିକ ସହାୟତା ବନ୍ଦ କରିଦିଆଯାଇଛି। ଟ୍ରମ୍ପଙ୍କ ନିରନ୍ତର ଚାପ ସତ୍ତ୍ୱେ ଜେଲେନସ୍କି ଯୁଦ୍ଧ ଜାରି ରଖିବାକୁ ଚାହୁଁଛନ୍ତି। ଜେଲେନସ୍କି କେବଳ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ନୁହେଁ ବରଂ ତାଙ୍କର ଜଣେ ପୁରୁଣା ସମର୍ଥକ, ଜଣେ ସିନେଟରଙ୍କ ସହ ମଧ୍ୟ ଝଗଡ଼ା କରିଛନ୍ତି।
ଦିନେ ଆମେରିକା ୟୁକ୍ରେନକୁ ସମସ୍ତ ସହାୟତା ଦେଉଥିଲା । ଆଜି କିନ୍ତୁ ସମୟ ବଦଳିଛି । ସରକାର ବଦଳିଛି । ଟ୍ରମ୍ପ ପ୍ରଶାସନ ୟୁକ୍ରେନକୁ ସାମରିକ ସହାୟତା ବନ୍ଦ କରିଛି । ବାଇଡେନ ସମୟରେ ଆମେରିକା ସମସ୍ତ ସହାୟତା ୟୁକ୍ରେନକୁ ଦେଉଥିଲା । ଟ୍ରମ୍ପ ଆସିବା ପରେ ଏବେ ସହାୟତା ବନ୍ଦ ହୋଇଯାଇଛି ।
ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ୟୁକ୍ରେନର ରାଷ୍ଟ୍ରପତି ବୋଲଡ଼ିମିର ଜେନେନସ୍କିଙ୍କ ଉପରେ ରୁଷ ସହିତ ଶାନ୍ତି ଆଲୋଚନା ପାଇଁ ଚାପ ପକାଇବାକୁ ସେ ଏଭଳି ନିଶ୍ପତ୍ତି ନେଇଥିବା ଜଣାଯାଇଛି ।
ହ୍ୱାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ, ୩ବର୍ଷ ଧରି ରୁଷ୍-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ ଟ୍ରମ୍ପ ଏକ ଶାନ୍ତି ଚୁକ୍ତିରେ ପହଞ୍ଚିବା ଉପରେ ଧ୍ୟାନ ଦେଉଛନ୍ତି ଏବଂ ଜେଲେନସ୍କି ମଧ୍ୟ ସେହି ଲକ୍ଷ୍ୟ ରଖନ୍ତୁ ବୋଲି ସେ ଚାହୁଁଛନ୍ତି। ନାମ ଗୋପନ ରଖିବା ସର୍ତ୍ତରେ ଅଧିକାରୀ ଜଣକ ନ୍ୟୁଜ୍ ଏଜେନ୍ସି ଏପିକୁ ସୂଚନା ଦେଇ କହିଛନ୍ତି ଯେ, ଆମେରିକା ଯୁଦ୍ଧର ବିରାମ ପାଇଁ ଏବେ ସାମରିକ ସହାୟତାକୁ ରୋକି ସ୍ଥିତିର ସମୀକ୍ଷା କରିବ। ଏହା ପରେ ଆଗାମୀ ପଦକ୍ଷେପ ନିଆଯିବ।
ହ୍ୱାଇଟ୍ ହାଉସର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ୟୁକ୍ରେନ୍ ଭିତରେ ଏପର୍ଯ୍ୟନ୍ତ ନଥିବା ସମସ୍ତ ସାମରିକ ଉପକରଣ ଉପରେ ହିଁ ରୋକ୍ ଲଗାଯିବ। ଗତ ସପ୍ତାହରେ ଜେଲେନସ୍କି କରିଥିବା ଖରାପ ଆଚରଣ ପାଇଁ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯଦି ଜେଲେନ୍ସକି ୟୁକ୍ରେନ୍ରେ ଯୁଦ୍ଧ ସମାପ୍ତ କରିବା ପାଇଁ ପୁଣି ଆଲୋଚନା କରିବାକୁ ଅନୁରୋଧ କରନ୍ତି ତେବେ ଯାଇ ବିରତି ପ୍ରତ୍ୟାହାର କରାଯାଇପାରିବ।