ବିବାଦ ପରେ ୟୁକ୍ରେନକୁ ସାମରିକ ସହାୟତା ବନ୍ଦ କଲ ଆମେରିକା । ସୋମବାର ଦିନ ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପ ଏହି ନିଷ୍ପତ୍ତି ନେଇଛନ୍ତି । ୟୁକ୍ରେନର ରାଷ୍ଟ୍ରପତି ବୋଲଡ଼ିମିର ଜେନେନସ୍କିଙ୍କ ଉପରେ ରୁଷ ସହିତ ଶାନ୍ତି ଆଲୋଚନା ପାଇଁ ଚାପ ପକାଇବାକୁ ସେ ଏଭଳି ନିଶ୍ପତ୍ତି ନେଇଥିବା ଜଣାଯାଇଛି ।
ହ୍ୱାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ, ୩ବର୍ଷ ଧରି ରୁଷ୍-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ ଟ୍ରମ୍ପ ଏକ ଶାନ୍ତି ଚୁକ୍ତିରେ ପହଞ୍ଚିବା ଉପରେ ଧ୍ୟାନ ଦେଉଛନ୍ତି ଏବଂ ଜେଲେନସ୍କି ମଧ୍ୟ ସେହି ଲକ୍ଷ୍ୟ ରଖନ୍ତୁ ବୋଲି ସେ ଚାହୁଁଛନ୍ତି। ନାମ ଗୋପନ ରଖିବା ସର୍ତ୍ତରେ ଅଧିକାରୀ ଜଣକ ନ୍ୟୁଜ୍ ଏଜେନ୍ସି ଏପିକୁ ସୂଚନା ଦେଇ କହିଛନ୍ତି ଯେ, ଆମେରିକା ଯୁଦ୍ଧର ବିରାମ ପାଇଁ ଏବେ ସାମରିକ ସହାୟତାକୁ ରୋକି ସ୍ଥିତିର ସମୀକ୍ଷା କରିବ। ଏହା ପରେ ଆଗାମୀ ପଦକ୍ଷେପ ନିଆଯିବ।
ହ୍ୱାଇଟ୍ ହାଉସର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ୟୁକ୍ରେନ୍ ଭିତରେ ଏପର୍ଯ୍ୟନ୍ତ ନଥିବା ସମସ୍ତ ସାମରିକ ଉପକରଣ ଉପରେ ହିଁ ରୋକ୍ ଲଗାଯିବ। ଗତ ସପ୍ତାହରେ ଜେଲେନସ୍କି କରିଥିବା ଖରାପ ଆଚରଣ ପାଇଁ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯଦି ଜେଲେନ୍ସକି ୟୁକ୍ରେନ୍ରେ ଯୁଦ୍ଧ ସମାପ୍ତ କରିବା ପାଇଁ ପୁଣି ଆଲୋଚନା କରିବାକୁ ଅନୁରୋଧ କରନ୍ତି ତେବେ ଯାଇ ବିରତି ପ୍ରତ୍ୟାହାର କରାଯାଇପାରିବ।