ଏପ୍ରିଲ 24 ରେ ପାଳନ ହେବ ପଞ୍ଚାୟତିରାଜ ଦିବସ । ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଜେଡି ବିଜୁ ଜୟନ୍ତୀରେ ପଂଚାୟତରାଜ ଦିବସ ପାଳନ କରୁଥିଲା । କିନ୍ତୁ ବିଜେପି ସରକାର ଆଉ ଏପରି କରିବ ନାହିଁ । ସୂଚନା ଅନୁସାରେ ମାର୍ଚ୍ଚ 5 ରେ ପାଳନ ହେବନି ପଞ୍ଚାୟତିରାଜ ଦିବସ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି । ପଞ୍ଚାୟତିରାଜ ଦିବସ ପାଳନରେ ଅସଙ୍ଗତ ଦୂର କରିବାକୁ ପ୍ରୟାସ ।
ଅଲଗା ଅଲଗା ପାଳନ ହେବନି ଜାତୀୟ ଓ ରାଜ୍ୟସ୍ତ୍ରରୀୟ ଉତ୍ସବ । ଏପ୍ରିଲ ୨୪ରେ ମଧ୍ୟ ପାଳନ ହେବ ଲୋକସଭା ଦିବସ । ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମାର୍ଚ୍ଚ ୫କୁ ବିଜୁ ପଟ୍ଟନାୟକ ଜୟନ୍ତୀ ଭାବେ ପାଳନ ହେବ । କିନ୍ତୁ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବନି । ୨୦୨୦ରୁ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା ।