ଅନୋରା ଓସ୍କାରରେ ୫ଟି ପୁରସ୍କାର ଜିତିଛି। ଏହାର ନାୟିକା ମିକି ମ୍ୟାଡିସନ୍ ଶ୍ରେଷ୍ଠ ଅଭିନେତ୍ରୀ ହୋଇଥିଲେ। ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ସମ୍ପାଦନା, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଶ୍ରେଷ୍ଠ ମୌଳିକ ଚିତ୍ରନାଟ୍ୟ ପୁରସ୍କାର ପାଇଥିଲା । ଏହି ସଫଳତା ଫିଲ୍ମର ନିର୍ଦ୍ଦେଶକ ସିନ୍ ବେକରଙ୍କ ପାଇଁ ଅତ୍ୟନ୍ତ ଖୁସି ଆଣିଦେଇଛି । ୨୦୨୫ ଏକାଡେମୀ ପୁରସ୍କାରରେ ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତାର ପୁରସ୍କାର ଜିତିଛନ୍ତି ।
ଏକାଡ଼େମର ପୁରସ୍କାର ବା ଓସ୍କାର ପୁରସ୍କାର ଆଜି ଭାରତୀୟ ସମୟ ସକାଳ 5.30 ରେ ଆମେରିକାର ଲସ ଆଞ୍ଜେଲସରେ ଅନୁଷ୍ଠିତ ହୋଇଥିଲା । ଫିଲ୍ମ ଆନୋରାକୁ ଶ୍ରେଷ୍ଠ ଚ୍ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି ।
ଏଥର ଏକାଡେମୀ ଆୱାର୍ଡ ଆୟୋଜନ କରିଥିଲେ ପ୍ରଥମ ଥର ପାଇଁ ଓସ୍କାର ଆୟୋଜନ ଦାୟିତ୍ୱ ନେଇଥିବା କୋନାନ ଓ’ବ୍ରାଏନ୍ । ଏହାବ୍ୟତୀତ ଫିଲ୍ମ ‘ଅନୋରା’ ୫ଟି ପୁରସ୍କାର ଜିତି ଧମାଲ ମଚାଇଥିଲା । ଆଡ୍ରିଆନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିକି ମ୍ୟାଡିସନଙ୍କୁ ମିଳିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନମିତ୍ ମାଲହୋତ୍ରାଙ୍କ କମ୍ପାନି ଡିନେଗ୍ ଭାରତ ପାଇଁ ୭ମ ଓସ୍କାର ପୁରସ୍କାର ଆଣିଦେଇଛି । ଡ୍ୟୁନ-ପାର୍ଟ-୨ ଲାଗି ଡିନେଗ୍ ଶ୍ରେଷ୍ଠ ଭିଜୁଆଲ ଇଫେକ୍ଟ ପୁରସ୍କାର ମିଳିଛି ।