ଦେଶର ସବୁଠୁ ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି ବିଟକଏନ ପୁଣି ଥରେ ଚମକ ହରାଇଛି । ଗତବର୍ଷ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡ଼ୋନାଲ୍ଟ ଟ୍ରମ୍ପ ବିଜୟୀ ହେବା ଓ ଚଳିତ ବର୍ତ୍ତମାନ ବିଟକଏନର ଦାମ ୭୮,୨୨୬ ଡଲାର ରହିଛି। ଛଅ ସପ୍ତାହ ପୂର୍ବେ ବିଟକଏନର ଯାହା ଦାମ ଥିଲା, ସେଥିରେ ବର୍ତ୍ତମାନ ସୁଦ୍ଧା ୨୮ ପ୍ରତିଶତର ହ୍ରାସ ଘଟିଛି। କେବଳ ଫେବ୍ରୁଆରିରେ ଏହାର ମୂଲ୍ୟ ୧୮ ପ୍ରତିଶତ କମ ହୋଇଛି। ୨୦୨୨ ଜୁନ ପରଠାରୁ କୌଣସି ଗୋଟିଏ ମାସରେ ଏହାର ମୂଲ୍ୟରେ ତାହା ଥିଲା ସର୍ବବୃହତ ହ୍ରାସ।
ଗତ ଗୁରୁବାର ଟ୍ରମ୍ପ କହିଥିଲେ ଯେ ମାର୍ଚ୍ଚ ୪ରୁ କାନାଡା ଓ ମେକ୍ସିକୋ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଚୀନ ଉପରେ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲଗାଯିବ। ବାଣିଜ୍ୟକୁ ନେଇ ଟ୍ରମ୍ପ ଯେଉଁ ଉତ୍ତେଜନାମୂଳକ ସ୍ଥିତି ଆରମ୍ଭ କରିଛନ୍ତି, ତାହାର ପ୍ରଭାବରେ ଏସିଆଠାରୁ ଆରମ୍ଭ କରି ୟୁରୋପ ପର୍ଯ୍ୟନ୍ତ ଷ୍ଟକ ବଜାରଗୁଡ଼ିକ ପ୍ରଭାବିତ ହୋଇଛି। କ୍ରିପ୍ଟୋକରେନ୍ସି ଭଳି ଅନ୍ୟ ସମ୍ପତ୍ତିଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛନ୍ତି।