ଓଇଆରସିରେ ଶୁଣାଣି ସରିଛି । ବିଜୁଳି ବିପଣନକାରୀ କମ୍ପାନୀ ଓ ଗ୍ରୀଡ଼କୋ ବିଦ୍ୟୁତ ଶୁକ୍ଳ ବୃଦ୍ଧି ଲାଗି ଯୁକ୍ତି ଉପସ୍ଥାପନ କରି ପ୍ରସ୍ତାବ ଦେଇଛନ୍ତି । ଯଦି ସରକାର କମ୍ପାନୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ବିଜୁଳି ଶୁକ୍ଳ ବଢାନ୍ତି ତା ହେଲେ ଦୁର୍ବାର ଆନ୍ଦୋଳନ କରାଯିବ ।
ମହାସଂଘ ରାଜ୍ୟ ଅଧ୍ୟକ୍ଷ ପଞ୍ଚାନନ କାନୁନ୍ଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହାସଂଘ ଆବାହକ ରବି ବେହେରା ରାଜ୍ୟରେ ବିଜୁଳି ଶୁଳ୍କ ବୃଦ୍ଧିର ସମ୍ଭାବନାକୁ ବିରୋଧ କରିଥିଲେ। ଅଧ୍ୟକ୍ଷ ଶ୍ରୀ କାନୁନଗୋ କହିଥିଲେ, ଯଦି ରାଜ୍ୟ ସରକାର ଜନସାଧାରଣଙ୍କର ସ୍ବାର୍ଥ ଦୃଷ୍ଟିରୁ ଏହିସବୁ ଦାବିକୁ ମାନି ନ ନିଅନ୍ତି ତା’ହେଲେ ଆଗାମୀ ମାର୍ଚ୍ଚ ୨୧ରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରାଯିବ।
ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଏକ ସ୍ମାରକପତ୍ର ଦିଆଯିବ। ଏଠାରେ ଉଲ୍ଲେଖଥାଉକି,ରାଜ୍ୟ ସରକାର ଓଇଆରସିକୁ ଢାଲ କରି ଟାଟା ପାୱାର ଚାପ ଆଗରେ ମୁଣ୍ଡ ନୁଆଁଇ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିର ଯେଉଁ ମସୁଧା କରୁଛନ୍ତି ତାହାକୁ ଉପଭୋକ୍ତା ମହାସଂଘ ବିରୋଧ କରିବା ସହିତ ସ୍ମାର୍ଟ ମିଟରକୁ ତୁରନ୍ତ ବାତିଲ୍ କରିବା ପାଇଁ ଦାବି କରିଛି।