ରାଜ୍ୟରେ ପାରଦ ଉପରମୁହାଁ ହୋଇଛି । ଭୁବେନଶ୍ବର ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇଛି । ରବିବାର ବୈଦ୍ଧ ଓ ବାଲାଙ୍ଗିରରେ ସର୍ବାଧିକ ତାପମାତ୍ରା 38 ଡ଼ିଗ୍ରୀ ଅତିକ୍ରମ କରିଛି । ବୌଦ୍ଧରେ 38.2 ଡ଼ିଗ୍ରୀ ପାରଦ ରେକର୍ଡ଼ ହୋଇଛି । ଯାହାକି ଏହାକୁ ରାଜ୍ୟର ସବୁଠୁ ଇତ୍ତପ୍ତ ସହର କରିଛଇ । ଶନିବାର ଏହି ସମୟରେ ରାଜଧାନୀ ତାପମାତ୍ରା ୩୪ଡିଗ୍ରୀ ଥିଲା। ସେହିପରି ଚାନ୍ଦବାଲିରେ ଦିନ ତାପମାତ୍ରା ଅପରାହ୍ଣ ସାଢ଼େ ୨ଟା ସୁଦ୍ଧା ୩୫.୪ଡିଗ୍ରୀ ରେକର୍ଡ ହୋଇଛି। ଶନିବାର ଏହି ସମୟରେ ଦିନ ତାପମାତ୍ରା ୩୪.୮ଡିଗ୍ରୀ ରେକର୍ଡ ହୋଇଥିଲା। ୧୦ସହରରେ ସର୍ବାଧିକ ତାପମାତ୍ରା ୩୭ଡିଗ୍ରୀ ରେକର୍ଡ ହୋଇଛି। ଅନୁଗୋଳ ୩୭.୯, ଟିଟିଲାଗଡ଼ ୩୭.୬, ଭଦ୍ରକ ଓ ଝାରସୁଗୁଡ଼ା ୩୭.୫, ଯାଜପୁର ୩୭.୨, ବାରିପଦା, ସୁବର୍ଣ୍ଣପୁର ଏବଂ ଭବାନୀପାଟଣାରେ ୩୭ଡିଗ୍ରୀ ଲେଖାଏଁ ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି।