ଚାମ୍ପିଅନ୍ସ ଟ୍ରଫି 2025 ରେ ଗ୍ରୁପ ଏ ଶେଷ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡ଼ିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚ ମାଧ୍ୟମରେ ବିରାଟ କୋହଲି ଆଉ ଏକ ମାଇଲଷ୍ଟାନ ଅତିକ୍ରମ କରିଛନ୍ତି । ସେ ଦିନିକିଆରେ 300 ଦିନିକିଆ ମ୍ୟାଚ ଖେଳିଥିବା ସପ୍ତମ ଭାରତୀୟ ହୋଇଛନ୍ତି ।
ମ୍ୟାଚ୍ରେ ବିରାଟ କୋହଲି ତାଙ୍କର ୩୦୦ତମ ଏକଦିବସୀୟ ମ୍ୟାଚ୍ ଖେଳିଛନ୍ତି। ଏହା ସହିତ ସେ ୩୦୦ ଦିନିକିଆ କ୍ଲବ୍ରେ ଯୋଗଦେଇଛନ୍ତି । ତାଙ୍କ ପୂର୍ବରୁ କେବଳ ସଚିନ ତେନ୍ଦୁଲକର, ଏମଏସ ଧୋନି, ମହମ୍ମଦ ଆଝାରୁଦ୍ଦିନ, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଏବଂ ଯୁବରାଜ ସିଂହ ଏହି ସଫଳତା ହାସଲ କରିପାରିଥିଲେ।