ଡୋନାଲ୍ଡ ଟ୍ରମ୍ପ ୟୁରୋପ କୁ କୌଣସି ପ୍ରକାରର ସହାୟତା କରିବାକୁ ଚାହୁଁନାହାଁନ୍ତି । ଯାହାଦ୍ବାରା ୟୁରୋପ ଏବଂ ଆମେରିକାର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ୟୁରୋପ ଦେଶମାନଙ୍କୁ ଆଡ଼ ଆଖିରେ ଅନାଉନି ଆମେରିକା । କିଛି ରାସ୍ତା ନ ପାଇବାରୁ ୟୁରୋପର 40 ଟି ଦେଶ ଏବେ ଭାରତ ଶରଣରେ । ମୋଦୀଙ୍କ ପ୍ରଶଂସାରେ ଶତମୁଖ ୟୁରୋପ । ଭାରତ ଉପରେ ଆଶାଭରସା କରିଛି ୟୁରୋପ ।
ଏଥିସହିତ ସୁରକ୍ଷା ବିଷୟରେ କଥା ହୋଇଥିଲେ, ନିବେଶର ପ୍ରତିଶ୍ରୁତି ବି ଦେଇଥିଲେ । ୟୁରୋପ ଦେଶ ଗୁଡିବ ଏବେ ସଙ୍କଟର ସାମ୍ନା କରୁଛି । ଟ୍ରମ୍ପ ତାଙ୍କୁ ନା ସୁରକ୍ଷାର ଗ୍ୟାରେଣ୍ଟି ଦେଉଛନ୍ତି ନା କିଛି ଅର୍ଥନୈତିକ ସୟାୟତା ପ୍ରଦାନ କରୁଛନ୍ତି।
ଏକ ରିପୋର୍ଟ ଅନୁସାରେ ୟୁରୋପୀୟ ଦେଶମାନଙ୍କୁ ଭୟ ଘାରିଛି ଯେ କେତେବେଳେ ବି ଆମେରିକା ୟୁରୋପରେ ମୁତୟନ କରିଥିବା ତାର ସେନାକୁ ଫେରାଇ ନେଇପାରେ । ଏସବୁ ପରେ ବର୍ତ୍ତମାନ ୟୁରୋପ ନିଜ ରାସ୍ତା ବାଛିନେଇଛି ।
ଏବେ ୟୁକ୍ରେନକୁ ସାହାର୍ଯ୍ୟ କରିବାକୁ ଚାହୁଁଛି ଏବଂ ନାଟୋକୁ ମଜବୁତ କରିବାକୁ ଚାହୁଁଛି ୟୁରୋପ । ୟୁରୋପରେ ଆମେରିକାର ୧ ଲକ୍ଷ ସୈନିକ ମୁତୟନ ଅଛନ୍ତି । ଯଦି ଆମେରିକା ତାର ସୈନିକକୁ ଫେରାଇ ନିଏ ତେବେ ଦେଶର ସୁରକ୍ଷା ଚିନ୍ତାଜନକ ବିଷୟ ହୋଇଯିବ ।