କାନାଡ଼ା ନିଜର ପ୍ରବାସନ ନିୟମରେ ସଂସ୍କାର ଆଣିବା ସହିତ ଭିସା ନୀତିକୁ କଡ଼ାକଡ଼ି କରୁଛି । ଏହି ପରିବର୍ତନଗୁଡ଼ିକ କାନାଡ଼ାର ଦେଶରେ ଅବୈଧ ପ୍ରବାସକୁ ହ୍ରାସ କରବା , ସୀମା ସୁରକ୍ଷାକୁ ସୁଦୃଢ କରିବା ଏବଂ ଭିସା ଧାରକମାନେ ନିୟମ ପାଳନ କରିବା ନିଶ୍ଚିତ କରିବା ପାଇଁ ପ୍ରୟାସକୁ ପ୍ରତିଫଳିତ କରୁଛି । କାନାଡ଼ାର ନୁତନ ପ୍ରବାସନ ନିୟମ ପ୍ରବାସୀମାନଙ୍କୁ ପ୍ରଭାବିତ କରିବ ବୋଲି କୁହାଯାଉଛି ।
କାନାଡ଼ିଆନ ଇମିଗ୍ରେସନ ପ୍ରକ୍ରିୟା ପରିଦର୍ଶକ ଭିସା, ଛାତ୍ର ଭିସା କିମ୍ବା କାର୍ଯ୍ୟ ପରମିଟ ପାଇବା ସହିତ ଆରମ୍ଭ ହୁଏ, ଯାହା ଜଣେ ବ୍ୟକ୍ତିଙ୍କୁ କାନାଡା ଯାତ୍ରା କରିବାକୁ ଅନୁମତି ଦିଏ, କିନ୍ତୁ ସଂସ୍କାର ସହିତ, ଭିସା ଏବଂ ଇମିଗ୍ରେସନ ଅଧିକାରୀମାନଙ୍କୁ ଅଧିକ କ୍ଷମତା ଦିଆଯାଇଛି। ଏକ ରିପୋର୍ଟ ଅନୁଯାୟୀ, ପ୍ରାଥମିକ ଯାତ୍ରା ଡକ୍ୟୁମେଣ୍ଟ ଦେଶରେ ପ୍ରବେଶର ଗ୍ୟାରେଣ୍ଟି ଦିଏ ନାହିଁ। ଯେତେବେଳେ ଲୋକେ କାନାଡାର ପ୍ରବେଶ ବନ୍ଦରରେ ପହଞ୍ଚିବେ, ତାଙ୍କ ଗସ୍ତର ଉଦ୍ଦେଶ୍ୟ ଯାଞ୍ଚ କରିବା ପାଇଁ ଇମିଗ୍ରେସନ ଅଧିକାରୀ ତାଙ୍କୁ କିଛି ପ୍ରଶ୍ନ ପଚାରିବେ।
ଇମିଗ୍ରେସନ ଅଧିକାରୀ ପଚାରିପାରନ୍ତି କିଛି ପ୍ରଶ୍ନ। ସେଥିମଧ୍ୟରେ ଆପଣଙ୍କ ଗସ୍ତର ଉଦ୍ଦେଶ୍ୟ କ’ଣ, ଆପଣ କେତେ ଦିନ ରହିବାକୁ ଯୋଜନା କରୁଛନ୍ତି, ଏବଂ ଆପଣଙ୍କ ଗସ୍ତ ସମୟରେ ଆପଣ କେଉଁଠି ରହିବେ? ଯଦିଓ ଏଗୁଡ଼ିକ ପ୍ରାଥମିକ ଭିସା ଆବେଦନରେ ପଚରାଯାଉଥିବା ନିୟମିତ ପ୍ରଶ୍ନ, ଆଗମନ ପରେ ପଚରାଉଚରା କରିବାର ଉଦ୍ଦେଶ୍ୟ ହେଉଛି ନିଶ୍ଚିତ କରିବା ଯେ, ଲୋକେ ଭିସାର ସର୍ତ୍ତାବଳୀକୁ ସମ୍ପୂର୍ଣ୍ଣ ପାଳନ କରୁଛନ୍ତି କି ନାହିଁ।
ଉତ୍ତରରେ କୌଣସି ପ୍ରକାରର ତାଳମେଳ ନ ଥିଲେ ଇମିଗ୍ରେସନ ଅଧିକାରୀ ସମ୍ପୃକ୍ତଙ୍କ ବ୍ୟକ୍ତିଙ୍କ ଭିସା ରଦ୍ଦ କରିପାରନ୍ତି ଏବଂ ବନ୍ଦରରେ ପହଞ୍ଚିବା ପରେ ତୁରନ୍ତ ତାଙ୍କୁ ଦେଶାନ୍ତର ମଧ୍ୟ କରିପାରନ୍ତି।
ରିପୋର୍ଟ ଅନୁଯାୟୀ, ଇମିଗ୍ରେସନ ଆଇନଜୀବୀ ପ୍ରଶାନ୍ତ ଆଜମେରା କହିଛନ୍ତି ଯେ, ନିୟମରେ ସାମ୍ପ୍ରତିକ ପରିବର୍ତ୍ତନ ଯୋଗୁ ଏହି ଅଧିକାରୀମାନେ ପ୍ରବେଶ ସମୟରେ ହିଁ ଭିସା ବାତିଲ କରିବାର କ୍ଷମତା ପାଇଛନ୍ତି, ଯଦି ସେମାନେ ସନ୍ଦେହ କରନ୍ତି ଯେ, ଭିସାଧାରୀ ନିୟମ ପାଳନ କରୁନାହାନ୍ତି। ଯଦି ଜଣେ ପରିଦର୍ଶକ ଅଧିକ ସମୟ ପର୍ଯ୍ୟନ୍ତ ରହୁଛନ୍ତି, ଅନଧିକୃତ ନିଯୁକ୍ତିରେ ନିୟୋଜିତ ଅଛନ୍ତି, କିମ୍ବା ଭିସା ସର୍ତ୍ତାବଳୀ ଉଲ୍ଲଂଘନ କରୁଛନ୍ତି ବୋଲି ଜଣାପଡ଼େ, ତେବେ ଏହା ହୋଇପାରେ।
ଉଦାହରଣ ସ୍ୱରୂପ, ଯଦି ଜଣେ ପରିଦର୍ଶକ ଭିସାଧାରୀ ତାଙ୍କ ଦେଶରେ ଦୀର୍ଘ ସମୟ ରହିବା ପରେ କାନାଡାକୁ ଫେରିଯାଆନ୍ତି ଏବଂ ବେଆଇନ ଭାବରେ କାମ କରୁଥିବା କିମ୍ବା ତାଙ୍କ ଭିସାର ଅନ୍ୟାନ୍ୟ ସର୍ତ୍ତାବଳୀ ଉଲ୍ଲଂଘନ କରୁଥିବାର ଜଣାପଡ଼େ, ତେବେ ଅଧିକାରୀ ତାଙ୍କ ଭିସା ବାତିଲ କରି ତାଙ୍କୁ ଘରକୁ ପଠାଇ ପାରିବେ।
ଆଜମେରା ପରାମର୍ଶ ଦିଅନ୍ତି ଯେ, ବ୍ୟକ୍ତିବିଶେଷମାନେ ସେମାନଙ୍କର ଭିସା ସମ୍ବନ୍ଧୀୟ ନିୟମ ବିଷୟରେ ସଚେତନ ହେବା ଏବଂ ଇମିଗ୍ରେସନ ଅଧିକାରୀଙ୍କ ପାଇଁ ସନ୍ଦେହଜନକ ମନେ ହେଉଥିବା ଯେକୌଣସି କାର୍ଯ୍ୟକଳାପରୁ ଦୂରେଇ ରହିବା ଗୁରୁତ୍ୱପୂର୍ଣ୍ଣ।