ରାଜ୍ୟ ସରକାର ଭାରତୀୟ ବନ ସେବା ଅଧିକାରୀ ସୁରେଶ ପନ୍ତଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି । ଶ୍ରୀ ପନ୍ତଙ୍କୁ ମୋହନ ସରକାର ପିସିସିଏଫ ପଦବିରେ ନିଯୁକ୍ତି ଦେଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
୧୯୯୦ ବ୍ୟାଚ୍ର ଆଇଏଫ୍ଏସ୍ ଅଧିକାରୀ ସୁରେଶ ପନ୍ତ ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଭାବେ ନିଯୁକ୍ତ ହୋଇଛନ୍ତି। ସେ ୧୯୮୮ ବ୍ୟାଚର ଆଇଏଫଏସ ଅଧିକାରୀ ଦେବୀଦତ୍ତ ବିଶ୍ୱାଳଙ୍କ ସ୍ଥାନ ନେଇଛନ୍ତି। ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି।