ପୃଥିବି ଅଭିମୁଖେ ବଢୁଥିବା ସିଟି କିଲର ଗ୍ରହାଣୁକୁ ନେଇ ସାରା ବିଶ୍ବରେ ଚିନ୍ତା ପ୍ରକାଶ ପାଇଛି । 2024 ଡ଼ିସେମ୍ବରରେ ସନ୍ଧାନ କରାଯାଇଥିବା ଏହି ଗ୍ରହାଣୁ ଓ୍ବାଇଆର 4 2032 ଡ଼ିସେମ୍ବରରେ ପୃଥିବୀ ସହ ମାଡ଼ ହେବାର ଆଶଙ୍କା ରହିଛି ।
‘ୱାଇଆର ୪’ ପୃଥିବୀ ସହ ମାଡ଼ ହେବାର ସମ୍ଭାବନା ୩.୨ ପ୍ରତିଶତ ଥିବାବେଳେ ଏବେ ଏହା ଅଧିକ ହ୍ରାସ ପାଇଛି। ନାସାର ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ ଏହି ଗ୍ରହାଣୁ ମାଡ଼ ହେବାର ବିପଦ ୦.୨୮ ପ୍ରତିଶତ ( ୩୫୭ରୁ ଏକ ଭାଗ) ହୋଇଯାଇଛି।
ଅନ୍ୟପକ୍ଷରେ ଇଣ୍ଟରନ୍ୟାସନାଲ ‘ଆଷ୍ଟୋରଏଡ ୱାର୍ଣ୍ଣି ନେଟ୍ୱର୍କ’ ଏହି ଗ୍ରହାଣୁଠାରୁ ବର୍ତ୍ତିବାର ଉପାୟ ଖୋଜିବାରେ ଲାଗିଛି। ଏହା ପୂର୍ବରୁ ୨୦୨୨ରେ ନାସା ଏକ କ୍ଷେପଣାସ୍ତ୍ର ମାଡ଼ (ଡାର୍ଟ ମିଶନ) କରି ଏକ ଗ୍ରହାଣୁର ଗତିପଥକୁ ବଦଳାଇ ଦେଇଥିଲା। ଏହାକୁ ବ୍ରେକ୍-ଅପ୍ ମେଥଡ଼ କୁହାଯାଇଥିଲା। ତେଣୁ ସିଟି କିଲର ପାଇଁ ଏହି ପନ୍ଥା ଗ୍ରହଣ କରିବାକୁ ଯୋଜନା କରାଯାଉଛି।