ଗ୍ରୁପ ବିର ଶେଷ ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି । ଆଜିର ମ୍ୟାଚ ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ଭଳି ହୋଇଛି । ଏହା ଗ୍ରୁପ ବିରେ ଚାମ୍ପିଅନ୍ସ ଟ୍ରଫିର ଶେଷ ମ୍ୟାଚ ଯାହା ସେମିଫାଇନାଲ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ବପୂଣ୍ଣ ।
ଏହି ମ୍ୟାଚ୍ ପୂର୍ବରୁ, ଜୋସ୍ ବଟଲର୍ ଇଂଲଣ୍ଡ ଅଧିନାୟକ ପଦରୁ ଇସ୍ତଫା ଦେବାର ଘୋଷଣା କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ମ୍ୟାଚ୍ରେ ବଟଲର ଶେଷ ଥର ପାଇଁ ଇଂଲଣ୍ଡ ଦଳର ଅଧିନାୟକତ୍ୱ କରିବେ। ବଟଲର୍ ୨୦୨୨ ମସିହାରେ ଦଳର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ, କିନ୍ତୁ ଏହା ପରେ ଇଂଲଣ୍ଡ କ୍ରମାଗତ ତିନୋଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଖରାପ ପ୍ରଦର୍ଶନ କରିଥିଲା।
ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକତ୍ୱ କରିବେ ଏଡେନ୍ ମାର୍କରାମ। ସେ କହିଛନ୍ତି ଯେ ଟୋନି ଡି ଜୋରଜି ଏବଂ ଅଧିନାୟକ ତେମ୍ବା ବାବୁମାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ, ଯାହା କାରଣରୁ ସେମାନଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦିଆଯାଇଛି।