ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ ଦିଲ୍ଲୀ ବିଜୟ ପରେ ଏବେ ପଶ୍ଚିମବଙ୍ଗ ଦାଖଲ ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଏହା ପୁର୍ବରୁ ସକ୍ରିୟ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମଏମସି ମୁଖ୍ୟ ମମତା ବାନାର୍ଜୀ । ଦଳର ସମସ୍ତ ସାଂସଦ ମନ୍ତ୍ରୀ ବିଧାୟକ ଓ କର୍ମୀଙ୍କ ବୈଠକ ଡ଼ାକି ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ନକଲି ଭୋଟକୁ ଆଧାର କରି ଦିଲ୍ଲୀ ଓ ମହାରାଷ୍ଟ୍ରରେ ବିଜେପି ବିଜୟ ହାସଲ କରିଛି । ପଶ୍ଚିମବଙ୍ଗରେ ବି ପଦ୍ମ ଦଳ ଏହି ପନ୍ଥା ଆପଣାଇପାରେ, ତେଣୁ ସତର୍କ ରହିବାର ଆବଶ୍ୟକତା ରହିଛି। ଭୋଟର ତାଲିକାରୁ ନକଲି ଭୋଟରଙ୍କ ନାମ ହଟାଇବାକୁ ଦରକାର ପଡ଼ିଲେ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ମମତାଙ୍କ ଆହ୍ବାନ ।
ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଟିଏମସି ସୁପ୍ରିମୋ । ଜ୍ଞାନେସ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରି ବିଜେପି ନିର୍ବାଚନ ଆୟୋଗକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ମମତା । ଏହାର ଜବାବ ରଖିଛି ବିଜେପି, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦୁର୍ନୀତି ଚରମ ସୀମାରେ ପହଁଚିଛି, ଆଗାମୀ ନିର୍ବାଚନରେ ଯଦୁବଂଶ ଭଳି ଟିଏମସି ଧ୍ବଂସ ହେବ ବୋଲି କହିଛନ୍ତି ବିଜେପି ନେତା । ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ମମତା ବାନାର୍ଜୀ ଚତୁର୍ଥ ଥର ସରକାର ଗଠନ କରିବାକୁ ଦୃଢୋକ୍ତି ଦେଖାଉଛନ୍ତି । ସେପଟେ ଟିଏମସି ଗଡ଼ରେ ଧଶେଇ ପଶିବାକୁ କେଉଁ ରଣନୀତି ଆପଣାଉଛି ବିଜେପି ତା ଉପରେ ନଜର ।