ଭାରତଠାରେ ରାଜନୀତିକୁ ପ୍ରଭାବିତ କରିବା ପାଇଁ ଆଇଏସଆଇ ଷଡ଼ଯନ୍ତ୍ର କରୁଛି । ଭୋଟ ବ୍ୟାଙ୍କ ସହ ନିର୍ବାଚନକୁ ମଧ୍ୟ ନିଜକୁ ସୁହାଇଲା ଭଳି ପ୍ରାର୍ଥୀଙ୍କୁ ସହଯାେଗ କରୁଛି । କାରଣ ହେଉଛି ପାକିସ୍ତାନ ବାଂଲାଦେଶ ମାଧ୍ୟମରେ ଭାରତକୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଛି।
ପାକିସ୍ତାନର ଆଇଏସଆଇ ଏଭଳି କାମ କରୁଛି । ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମାଧ୍ୟମରେ ଭାରତକୁ ଅସୁବିଧାରେ ପକାଇବାକୁ ଯୋଜନା କରୁଛି ଆଇଏସଆଇ। ଆଇଏସଆଇର ଲକ୍ଷ୍ୟ ହେଉଛି ଭାରତରେ ରୋହିଙ୍ଗ୍ୟା ଅନୁପ୍ରବେଶକୁ ବୃଦ୍ଧି କରିବା ।
ରୋହିଙ୍ଗ୍ୟା ଶରଣାର୍ଥୀମାନେ ୨୦୦-୪୦୦ ଟଙ୍କା ପାଇଁ ମଧ୍ୟ ବଡ଼ ବଡ଼ ଅପରାଧ କରିବାକୁ ପ୍ରସ୍ତୁତ। ଶେଖ୍ ହସିନାଙ୍କୁ ବିଦା କରିବାରେ ତାଙ୍କ ହାତ ରହିଛି । ରୋହିଙ୍ଗ୍ୟାମାନେ ହିଂସା ସୃଷ୍ଟି କରିବାରେ ମାହିର ।
ପାକିସ୍ତାନ, ମୌଳବାଦୀ ବାଂଲାଦେଶୀ ଗୋଷ୍ଠୀମାନଙ୍କ ସହ ମିଶି, ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସଙ୍କଟର ସୁଯୋଗ ନେଇ ସେମାନଙ୍କୁ ତାଲିମ ପ୍ରଦାନ କରି ଭାରତର ପୂର୍ବ ସୀମାରେ ସେମାନଙ୍କୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି। ପାକିସ୍ତାନ ବାଂଲାଦେଶ ଦେଇ ଭାରତକୁ ଆତଙ୍କବାଦୀ ପଠାଇବାକୁ ଚାହୁଁଛି।
ତ୍ରିପୁରା ଏବଂ ମିଜୋରାମ ସୀମାବର୍ତ୍ତୀ ବାଂଲାଦେଶୀ ଅଞ୍ଚଳରେ ତାଲିମ କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରାଯାଉଛି। ଯେଉଁଠାରେ ରୋହିଙ୍ଗ୍ୟା ଏବଂ ଅଲକାଏଦା ସହିତ ଜଡିତ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଇପାରିବ।
ବାଂଲାଦେଶରେ ଥିବା ରୋହିଙ୍ଗ୍ୟା ଏବଂ ଅଲକାଏଦା ନେଟୱାର୍କର ସୁଯୋଗ ନେଇ ଆଇଏସଆଇ ଭାରତ ବିରୋଧୀ ଭାବନା ବୃଦ୍ଧି କରିବାକୁ ଏବଂ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। ତେବେ ଭାରତର ଗୁଇନ୍ଦା ସଂସ୍ଥା ଏମାନଙ୍କ ଉପରେ ଆଖି ରଖିଛି ।