ଭାରତର ଦମଦାର ବିଜୟ । ପାକିସ୍ତାନକୁ ଦୁବାଇରେ ପରାସ୍ତ କରିଛି ଭାରତ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ବଡ଼ ମ୍ୟାଚକୁ ଭାରତ ନିଜ ହାତକୁ ନେଇଛି ।
ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ କଡ଼ା ଟକ୍କର ଦେବା ସହ ପରାସ୍ତ କରିଛି ।
ପାକିସ୍ତାନ ଭାରତ ଆଗରେ ଧାର୍ଯ୍ୟ ୨୪୨ ରନ୍ ଲକ୍ଷ୍ୟ ରଖିଥିଲା । ଭାରତ ପିଛା କରି ବିରାଟ କୋହଲିଙ୍କ ୫୧ତମ ଶତକ ସହିତ ୪୨.୩ ଓଭରରେ ୪ ୱିକେଟ ହରାଇ ୨୪୪ ରନ୍ କରିଥିଲା।
ଭାରତ ପକ୍ଷରୁ ରୋହିତ ଶର୍ମା ୨୦ ରନ୍ କରିଥିବାବେଳେ ଶୁବମନ ଗିଲ୍ ୪୬ ରନ୍ କରିଥିଲେ। ସେହିପରି ବିରାଟ କୋହଲି ୧୦୦ ରନ୍, ଶ୍ରେୟଶ ଆୟର ୫୬ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୮ ରନ୍, ଅକ୍ଷର ପଟେଲ ୩ ରନ୍ କରିଥିଲେ।
ପାକିସ୍ତାନ ୪୯.୪ ଓଭରରେ ଅଲ୍ଆଉଟ୍ ହୋଇ ୨୪୧ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍ ରହିଥିଲା।
ପାକିସ୍ତାନ ପ୍ରଥମେ ଟସ ଜିତି ବ୍ୟାଟିଂ କରିଥିବା ବେଳେ ପାକିସ୍ତାନ ପକ୍ଷରୁ ସୌଦ ସକିଲ୍ ୬୨ ରନ୍ କରିଥିବାବେଳେ ମହମ୍ମଦ ରିଜୱାନ ୪୬ ରନ୍ କରିଥିଲେ।
ସେହିପରି ଇମାମ ଉଲ୍ ହକ୍ ୧୦ ରନ୍, ବାବର ଆଜମ୍ ୨୩, ସଲମାନ ଆଘା ୧୯ ରନ୍, ଖୁସଦିଲ ସାହା ୩୮ ରନ୍, ନସିମ ସାହା ୧୪ ରନ୍ କରିଥିଲେ।
କୁଲଦୀପ ଯାଦବ ୪୩ତମ ଓଭରରେ ଲଗାତାର ଦୁଇଟି ବଲ୍ରେ ଦୁଇଟି ୱିକେଟ୍ ନେଇଥିଲେ। ତଥାପି, ସେ ହ୍ୟାଟ୍ରିକ୍ ହାତଛଡ଼ା କରିଥିଲେ। ପ୍ରଥମେ କୁଲଦୀପ ସଲମାନ ଆଘାଙ୍କୁ ଆଉଟ୍ କରିଥିଲେ ଏବଂ ପରେ ସାହିନ ଆଫ୍ରିଦଙ୍କୁ ଆଉଟ କରିଥିଲେ ।
ଚାମ୍ପିଅନ୍ସ ଟ୍ରଫିର ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ପାକିସ୍ତାନ କୁ ହରାଇଥିବାରୁ ଭାରତକୁ ଚାରିଆଡୁ ପ୍ରଶଂସା ମିଳିଛି । ପ୍ରଧାନମନ୍ତ୍ରୀଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟ ଟିମକୁ ପ୍ରଶଂସା କରିଛନ୍ତି ।