ଦିଲ୍ଲୀରେ ବିଜେପି ସରକାର ଗଠନ କରିଛି । ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା । ତେବେ କାହିଁକି ରେଖାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କଲା ତାହାକୁ ନେଇ ଅନେକ ପ୍ରଶ୍ନ । ଅନେକ ହେଭିଓ୍ବେଟ ନେତା ଦିଲ୍ଲୀରେ ଥିବା ବେଳେ ରେଖାଙ୍କୁ ମୋଦି ଶାହା କାହିଁକି ମୁଖ୍ୟମନ୍ତ୍ରୀ କଲେ ତାହା ଏବେ ବଡ଼ ପ୍ରଶ୍ନ । ଅନେକ କାରଣ ଭିତରେ ସବୁ ଠୁ ବଡ଼ ଫ୍ୟାକ୍ଟର ହେଉଛି ମହିଳା ଭୋଟର । ଦିଲ୍ଲୀର ମହିଳା ଭୋଟରଙ୍କ ଭୋଟ ପାଇଁ ବିଜେପି 27 ବର୍ଷ ପରେ ସରକାରକୁ ଫେରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରେ ପୁଣି ବିଜେପି ସରକାରରେ ଦିଲ୍ଲୀ ପାଇଲା ମହିଳା ମୁଖ୍ୟମନ୍ତ୍ରୀ ।
ବିଜେପି ଦିଲ୍ଲୀରେ ମହିଳାଙ୍କୁ ନେଇ ଅନେକ ବଡ଼ ଯୋଜନା କରିଛି । ମହିଳାଙ୍କୁ ସମ୍ମାନ , ସୁରକ୍ଷା ସହ ଆର୍ଥିକ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛି । ଯେଉଁ ପ୍ରତିଶ୍ରୁତି ପାଇଁ ଦିଲ୍ଲୀ ମହିଳା ଭୋଟର ବିଜେପିକୁ ଭୋଟ ଦେଇଛନ୍ତି । ତେଣୁ ଦିଲ୍ଲୀକୁ ବଦଳାଇବା , ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ରେଖାଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି ମୋଦି ଶାହ ।
1998 ରେ ଯେବେ ଦିଲ୍ଲୀରେ ବିଜେପି ହାତରୁ ଶାସନ କ୍ଷମତା ଯାଇଥିଲା ସେବେ ସୁଷମା ସ୍ବରାଜଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । 12 ଅକ୍ଟୋବର 1998 ରୁ 3 ଡ଼ିସେମ୍ବର 1998 ଯାଏଁ ଦିଲୀର ମୁଖ୍ୟମନ୍ତ୍ରୀ ଭାର ତୁଲାଇଥିଲେ ସୁଷମା ଆଉ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ଥିଲା ମାତ୍ର 52 ଦିନ । ତାପରେ ଦିଲ୍ଲୀର ଭାର ଶୀଲା ଦିକ୍ଷୀତ ନେଇଥିଲେ । ତାଙ୍କ ସମୟରେ ହୋଇଥିବା ଦୁର୍ନୀତିକୁ ନେଇ ଅରବିନ୍ଦ କେଜରିଓ୍ପାଲ ଅନେକ ଅଭିଯୋଗ ଆଣିଥିଲେ । ଆନ୍ନାଙ୍କ ଆନ୍ଦୋଳନ ରେ କଂଗ୍ରେସ ସରକାର ପତ୍ତନ ହୋଇଥିଲା । ଶୀଲା ହାରିବା ପରେ ଆମ ଆଦମୀ ହାତକୁ ଆସିଥିଲା ସରକାର । ଶେଷରେ ଦୁର୍ନୀତି ହିଁ ଆପ ସରକାରର ପତ୍ତନ ଘଟାଇଥିଲା ।
୧୯୯୮ ପରେ ଦିଲ୍ଲୀରେ ଆଉ ବିଜେପି ଫେରିନି କି ସରକାର ଗଠନ କରିନି । ସୁଷମାଙ୍କ ପରେ ପରେ କଂଗ୍ରେସ ସରକାରର ଶୀଲା ଦୀକ୍ଷିତ ଏବଂ ଆପ୍ ସରକାରର କେଜ୍ରିୱାଲ ଓ ଆତିଶୀଙ୍କ ପରେ ଏବେ ପୁଣି ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ଫେରିଛି ଆଉ ପଦ୍ମ ଫୁଟାଇ ସରକାର ଗଢିଛି । ୧୯୯୮ ପରେ ୨୦୨୫ରେ ବି ବିଜେପି ଜଣେ ମହିଳାଙ୍କୁ ପୁନଶ୍ଚ ଭରସିଛନ୍ତି ଆଉ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିଛନ୍ତି । ରେଖା ଗୁପ୍ତା ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ବିଜେପିର ସୁଷମାଙ୍କ ପରେ ଦୀର୍ଘ ୨୭ ପରେ ପରେ ପୁଣି ମହିଳା ମୁଖ୍ୟମନ୍ତ୍ରୀ ଭାବେ ରେଖା ଇତିହାସ ରଚିଛନ୍ତି ।
ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ରେଖା ଗୁପ୍ତା । ସାଲିମାରବାଗ ଆସନରୁ ପ୍ରଥମ ଥର ଜିତି ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି ରେଖା ।