ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା । କିନ୍ତୁ ସେ ଅରବିନ୍ଦ କେଜରିଓ୍ବାଲଙ୍କ ଶୀଶ ମହଲରେ ରହିବେ ନାହିଁ । ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସେହି ସରକାରୀ ବାସଭବନରେ ରହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
ଅରବିନ୍ଦ କେଜ୍ରିୱାଲ୍ ‘ଶୀଶମହଲ୍’ରେ ପରିଣତ କରିଥିଲେ। ସେ ସପଷ୍ଟ କରିଛନ୍ତି ଯେ, ସେ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ମିତ ‘ଶୀଶମହଲ୍’ରେ ରହିବେ ନାହିଁ ଏବଂ ଏହାକୁ ଏକ ସଂଗ୍ରହାଳୟରେ ପରିଣତ କରିବେ।
ସେ କହିଛନ୍ତି— “ଆମେ ‘ଶୀଶମହଲ୍’କୁ ଏକ ମ୍ୟୁଜିୟମ୍ ରୂପେ ପରିଣତ କରିବୁ… ଆମେ ସେହି ସମସ୍ତ ଭାସ୍ତାବନାଗୁଡ଼ିକ ପୂରଣ କରିବୁ, ଯେଉଁଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ। ଏହି ପଦବୀ ପାଇଁ ମୋତେ ଚୟନ କରାଯିବା ପାଇଁ ମୁଁ କୃତଜ୍ଞତା ଜଣାଉଛି।”
ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟାକ୍ଷ ଅଛନ୍ତି ରେଖା । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଆଜି ରାମଲୀଲା ମୈଦାନରେ ହେବ । ତାଙ୍କ ନାଁ ସିଏମ ରେସର ସବୁଠାରୁ ଆଗରେ ରହିଥିଲା ।
ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିବା ପରେ କିଏ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା । ରେଖାଗୁପ୍ତା ରେସରେ ଆଗରେ ଥିଲେ । ଆଜି ବିଧାୟକ ଦଳ ବୈଠକରେ ବିଜେନ୍ଦ୍ର ଗୁପ୍ତା ଓ ପ୍ରବେଶ ବର୍ମା, ରେଖା ଗୁପ୍ତାଙ୍କ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଆଣିଥିଲେ । ଆଜି ସକାଳୁ ହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନେଇ ହଲଚଲ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ହୋଇଥିଲା । ପର୍ୟ୍ୟବେକ୍ଷକ ଭାବେ ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ଯୋଗଦେଇଥିଲେ ।
ରେଖା ଗୁପ୍ତା ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଜିତି ବିଧାୟିକା ହୋଇଥିଲେ । ରେଖା ଗୁପ୍ତା ପିଲା ବେଳୁ ଆରଏସଏସର ସକ୍ରିୟା ସଦସ୍ୟ ରହିଛନ୍ତି । ସଂଘର ଛାତ୍ର ସଂଗଠନ ଏବିଭିପି ମାଧ୍ୟମରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୪-୯୫ରେ ସେ ଦୌଲତ ରାମ କଲେଜରେ ସଚିବ ହୋଇଥିଲେ । ୧୯୯୫-୯୬ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଘରର ସଚିବ ହୋଇଥିଲେ । ପୁଣି ୧୯୯୬-୯୭ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ଅଧ୍ୟ ହୋଇଥିଲେ ।
ରେଖା ଗୁପ୍ତା ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ଶାଲିମାରବାଗ ସିଟରୁ ହାରିଥିଲେ । ୨୦୧୫ରେ ସେ ପାଖାପାଖି ୧୧ ହଜାର ଭୋଟରେ ବନ୍ଦନା କୁମାରୀଙ୍କଠାରୁ ହାରିଥିଲେ । ସେହିପରି ୨୦୨୦ରେ ସେ ମାତ୍ର ୩ ହଜାର ୪୪୦ ଭୋଟରେ ହାରିଥିଲେ । ହେଲେ ଏଥର ସେ ବନ୍ଦନା କୁମାରୀଙ୍କୁ ବହୁତ ବଡ ବ୍ୟବଧାନରେ ପରାଜିତ କରି ବିଧାୟିକା ହୋଇଥିଲେ । ଆଉ ଏବେ ମୁ ସେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
ରେଖା ଗୁପ୍ତା ହରିୟାଣାର ଜିନ୍ଦର ବାସିନ୍ଦା । ତାଙ୍କ ନିଜ ଗାଁ ଜିନ୍ଦର ନନ୍ଦଗଡରେ । ଏଠାରେ ତାଙ୍କର ଜେଜେ ଓ ପୂରା ପରିବାର ରହୁଥିଲେ । ରେଖାଙ୍କ ବାପା ଜୟ ଭଗବାନଙ୍କ ଚାକିରି ଦିଲ୍ଲୀରେ ହୋଇଯାଇଥିଲା । ତେଣୁ ତାଙ୍କର ପୂରା ପରିବାର ଦିଲ୍ଲୀରେ ରହୁଥିଲେ ।
ରେଖା ଗୁପ୍ତା ୨୦୦୩-୨୦୦୪ ଯାଏ ଦିଲ୍ଲୀ ବିଜେପି ଯୁବ ମୋର୍ଚ୍ଚାର ସଚିବ ରହିଥିଲେ । ପରେ ୨୦୦୪ରୁ ୨୦୦୬ ଯାଏଁ ସେ ଯୁବ ମୋର୍ଚ୍ଚାର ରାଷ୍ଟ୍ରିୟ ସଚିବ ହୋଇଥିଲେ । ଏହାପରେ ସେ ୨୦୦୭ ଏପ୍ରିଲରେ ଉତ୍ତର ପିତାମପୁରାରୁ ସେ ଟିକେଟ ପାଇ କାଉନସିଲର ହୋଇଥିଲେ । ନଗର ନିଗମରେ କାଉନସିଲର ହେବା ପରେ ତାଙ୍କୁ ୨୦୦୭-୦୯ ଯାଏଁ ମହିଳା କଲ୍ୟାଣ ଏବଂ ବାଲ ବିକାଶ ସମିତିର ଅଧ୍ୟକ୍ଷର ଦାୟିତ୍ୱ ଦିଆଯାଇଥିଲା । ୨୦୧୦ ମସିହାରେ ତାଙ୍କୁ ଭାଜପାର ରାଷ୍ଟ୍ରିୟ କାର୍ୟ୍ୟକାରିଣୀ ସଦସ୍ୟ କରାଯାଇଥିଲା । ବର୍ତ୍ତମାନ ସମୟରେ ସେ ଭାଜପା ମହିଳା ମୋର୍ଚ୍ଚାର ରାଷ୍ଟ୍ରିୟ ଉପାଧ୍ୟକ୍ଷ ଅଛନ୍ତି । ଏହାସହ ସହ ସେ ଶାଲିମାର ବାଗରୁ କାଉନସିଲର ବି ଥିଲେ ।