ରଣବୀର ଆଲାହାବାଦିଆ ଏବେ ଲୁଚିଛନ୍ତି । ବିବାଦୀୟ ବକ୍ତବ୍ୟ ଦେଇଥିବାରୁ ମୁମ୍ବାଇ ପୋଲିସ ତାଙ୍କୁ ଖୋଜୁଛି । ପିତାମାନଙ୍କ ନେଇ ସେ ଦେଇଥିବା ଅଶ୍ଲିଳ କଥାକୁ ସାରା ଦେଶରେ ନିନ୍ଦା କରାଯାଉଛି । ଆଗାମୀ ଦିନରେ ତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିପାରେ । କିନ୍ତୁ ସେ ଗିରଫରୁ ବର୍ତିବା ପାଇଁ ଆଗୁଆ ସୁପ୍ରିମକୋର୍ଟରୁ ଜାମିନ ପାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି ।
“ମାତାପିତାଙ୍କ ସହିତ ସେକ୍ସ” ବିଷୟରେ ସେ ଦେଇଥିବା ବିବାଦିତ ବକ୍ତବ୍ୟ ଭାଇରାଲ ହେଉଛି । ‘India’s Got Latent’ ଶୋ’ରେ ତାଙ୍କ ସହ ଅନ୍ୟ ଅଭିନେତାମାନେ ଦେଇଥିବା ଅପମାନଜନକ ଏବଂ ଜାତିବାଦୀ ଟିପ୍ପଣୀଗୁଡ଼ିକୁ ନେଇ ଏହି ନିନ୍ଦା କରାଯାଉଛି। ଏନେଇ ମହିଳା କମିଶନ ମଧ୍ୟ ନୋଟିସ ଜାରି କରିଛନ୍ତି ।
ଏହି ମାମଲାରେ ମହିଳା ଆୟୋଗ (NCW) ଏବଂ ଅନେକ ସାମାଜିକ ସଂଗଠନ ଅଶ୍ଳୀଳତା ଏବଂ ଅସଭ୍ୟ ଭାଷା ବ୍ୟବହାର କରିବା ଅଭିଯୋଗରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିପାଇଁ ମହାରାଷ୍ଟ୍ର ଏବଂ ଆସମ ପୋଲିସ୍ ଭିନ୍ନ-ଭିନ୍ନ FIR ରୁଜୁ କରିଛି।
ଏହି ବିବାଦକୁ ଗଭୀରତାର ସହିତ ନେଇ NCW ରଣବୀର ଆଲାହାବାଦିଆ ସହିତ ଅନ୍ୟ ୬ ଜଣଙ୍କୁ ସମନ୍ ଜାରି କରିଛି ଏବଂ ନୂଆଦିଲ୍ଲୀ ଅଫିସରେ ୧୭ ଫେବୃଆରୀ ୨୦୨୫ ରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହେବା ପାଇଁ କହିଛି।
ଏହି ବିବାଦ ଏହିପରି ଏକ ସମୟରେ ଉଠିଛି ଯେ ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଗତ କିଛି ବର୍ଷ ହେଲା ବିଭିନ୍ନ ସୋରେ ଅଶ୍ଲିଳତା ଅଧିକ ପ୍ରଚାର ପ୍ରସାର ହେଉଛି ।
ସାମାଜିକ ମାଧ୍ୟମରେ ଅଶ୍ଳୀଳ କଣ୍ଟେଣ୍ଟ ଏବଂ ଅପମାନଜନକ ଟିପ୍ପଣୀଗୁଡ଼ିକ ଅନେକ ପ୍ରଶ୍ନ ଉଠାଇଛି। ଅନେକ ଲୋକ ଏହାକୁ ମୋରାଲ୍ ଏବଂ ସାମାଜିକ ମୂଲ୍ୟବୋଧର ଅପମାନ ଭାବରେ ଦେଖୁଛନ୍ତି ଏବଂ ଏହି ମାମଲା ଆଇନ ଭିତ୍ତିରେ ଅଗ୍ରସର ହେଉଛି।
‘ମାତାପିତାଙ୍କ ସହିତ ସେକ୍ସ’ ବିବାଦରେ FIR ଜୋଗୁଁ ଆଲାହାବାଦିଆ, ରାହତ ପାଇଁ ସୁପ୍ରିମ କୋର୍ଟକୁ ଯାଇ ହିନସ୍ଥା ହୋଇଛନ୍ତି । ଏହି ମାମଲାରେ ତାଙ୍କୁ ତୁରନ୍ତ ‘ମାତାପିତାଙ୍କ ସହିତ ସେକ୍ସ’ ବିଷୟରେ ବିବାଦିତ ବକ୍ତବ୍ୟ ଦେବା ପରେ ରଣବୀର ଆଲାହାବାଦିଆ ବିରୋଧରେ ମହାରାଷ୍ଟ୍ର ଏବଂ ଆସାମରେ ଅଶ୍ଳୀଳତା ପ୍ରଚାର କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ତାଙ୍କ ପକ୍ଷରୁ ଅଭିନବ ଚନ୍ଦ୍ରଚୂଡ଼ ଉପସ୍ଥିତ ହୋଇଥିଲେ ଏବଂ ଭାରତର ମୁଖ୍ୟ ନ୍ୟାୟାଧୀଶ (CJI) ସଞ୍ଜୀବ ଖନ୍ନାଙ୍କ ସମ୍ମୁଖରେ ଏହି ମାମଲାର ଉଲ୍ଲେଖ କରି, ତତ୍କାଳ ସୁଣାଣି ପାଇଁ ଅନୁରୋଧ କରିଥିଲେ।
ହେଲେ, CJI ଖନ୍ନା ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ମାମଲାଗୁଡ଼ିକୁ ହଠାତ ଶୁଣାଣି କରାଯାଇପାରିବ ନାହିଁ । ସେପଟେ ମହିଳା ଆୟୋଗର ଅଧ୍ୟକ୍ଷ ବିଜୟା ରାହତକର ରଣବୀର ଆଲାହାବାଦିଆ, ସମୟ ରେନା, ଅପୂର୍ବ ମଖୀଜା, ଜସପ୍ରୀତ ସିଂହ, ଆଶୀଷ ଚଞ୍ଚଳାନୀ, ତୁଷାର ପୁଜାରୀ ଏବଂ ସୌରଭ ବୋଥରାଙ୍କୁ ୧୭ ଫେବୃଆରୀ ୨୦୨୫ ରେ NCW ଅଫିସ୍, ନୂଆଦିଲ୍ଲୀରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହେବା ପାଇଁ ସମନ୍ ଜାରି କରିଛି। କଥା ହେଉଛି ଏଭଳି ଅଶ୍ଲିଳତା କଣ୍ଟେଣ୍ଟ ଯେଉଁମାନେ କରୁଛନ୍ତି ସେଭଳି ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହେଉଛି । ଆଗକୁ ଦେଖିବାକୁ ବାକି ରହିଲା ସରକାର ଏଥିପ୍ରତି କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।