ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତି ଗୁରୁତ୍ବପୂର୍ଣ୍ଣ ଦୁଇ ଦିନଆ ଗସ୍ତ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କୁ ଓ୍ବାସିଂଟନରେ ଭବ୍ୟ ସ୍ବାଗତ କରାଯାଇଛି । ମୋଦୀ ଆମେରିକାରେ ପହଞ୍ଚିବା ପରେ ପ୍ରଥମେ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଶପଥ ଗ୍ରହଣ କରିଥିବା ତୁଳସୀ ଗବାର୍ଡ଼ଙ୍କୁ ଭେଟିଥିଲେ ।
ଏହାପରେ ଆମେରିକାର ଜାତୀୟ ସୁରକ୍ଷା ଉପଦେଷ୍ଟା ମାଇକେଲ ଓ୍ବାଲଜଙ୍କ ସହ ବ୍ଳେୟାର ହାଉସରେ ଦ୍ବିପାକ୍ଷିକ ବୈଠକ କରିଛନ୍ତି । ଏହି ବୈଠକରେ ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଏନଏସଏ ଅଜିତ ଡ଼ୋଭଲ ମଧ୍ୟ ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ଗବାର୍ଡ଼ଙ୍କ ସହ ଭାରତ – ଆମେରିକା ବନ୍ଧୁତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ତୁଳସୀ ଗବାର୍ଡ଼ ଭାରତ ଆମେରିକା ବନ୍ଧୁତାର ସର୍ବାଦ ଜଣେ ଦୃଢ ସମର୍ଥକ ବୋଲି ପ୍ରଧାନମନ୍ତ୍ରୀ ଏକ୍ଦରେ କହିଛନ୍ତି ।
ଏହି ସାକ୍ଷାତ୍ ସମୟରେ ବିଶେଷକରି ଆତଙ୍କବାଦ ମୁକାବିଲା, ସାଇବର ନିରାପତ୍ତା, ଉଦୀୟମାନ ବିପଦ ଓ ରଣନୈତିକ ଗୁଇନ୍ଦା ଆଦାନପ୍ରଦାନ କ୍ଷେତ୍ରରେ ଦ୍ୱିପାକ୍ଷିକ ଗୁଇନ୍ଦା ସହଯୋଗ ବୃଦ୍ଧି ସମେତ ଅନେକ ବିଷୟରେ ଦୁଇ ନେତା ଆଲୋଚନା କରିଥିଲେ।
ମୋଦୀ ଆଜି ଟେସ୍ଲା ସିଇଓ ଏଲନ ମସ୍କଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି। ଭାରତୀୟ ବଜାରକୁ ସ୍କେସ୍ଏକ୍ସର ଷ୍ଟାରଲିଙ୍କ୍ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ସଂକ୍ରାନ୍ତରେ ସେ ଆଲୋଚନା କରିଥିବା ଜଣାପଡ଼ିଛି।