ୱାକଫ୍ ବିଲ୍ ସଂଶୋଧନକୁ ନେଇ ସାରା ଦେଶରେ ଭିନ୍ନ ଭିନ୍ନ ମତ ରହୁଛି । ଏହା ଏକ ଜରୁରୀ ବିଷୟ । କାରଣ ଏହା ଦେଶର ସମ୍ପତ୍ତି ପରିଚାଳନାକୁ ନେଇ ଦ୍ବନ୍ଦ୍ବ ଦେଖାଉଛି, ସମାଜ-ବ୍ୟକ୍ତି- ସରକାର ମଧ୍ୟରେ ବିବାଦ ସୃଷ୍ଟି କରୁଛି । ଏହି ବିଲ୍ ସଂଶୋଧନ ନେଇ ବିଭିନ୍ନ ଦଳ ଭିନ୍ନ ମତ ପ୍ରକାଶ କରୁଛନ୍ତି । ନେତାଙ୍କ ମଧ୍ୟରେ ମତାମତ ଅଲଗା ରହିଛି, ଏବଂ ବିରୋଧୀ ଦଳ ଏଥିରେ ଏକାଧିକ ଅସଙ୍ଗତି ଦେଖୁଛନ୍ତି । ଜେପିସି ରିପୋର୍ଟ ସଂସଦରେ ପ୍ରକାଶ ପାଇଥିବା ବେଳେ ବିରୋଧୀ ସଦସ୍ୟମାନେ କହୁଛନ୍ତି ସେମାନଙ୍କ କଥାକୁ ଗୁରୁତ୍ବ ଦିଆଯାଇନାହିଁ । ତେବେ ସରକାର କହୁଛନ୍ତି ସମସ୍ତଙ୍କ କଥାକୁ ଧ୍ୟାନ ଦିଆଯାଇଛି ।
ବିଲ୍ ସଂଶୋଧନ କାହିଁକି ଜରୁରୀ?
ବର୍ଷ ବର୍ଷ ଧରି ଦେଶରେ ଜମିଜମା ମାଲିକାନାକୁ ନେଇ ବିବାଦ ଲାଗି ରହିଛି । ୱାକଫ୍ ସଂପତ୍ତି ପରିଚାଳନାକୁ ନେଇ ହଜାର ହଜାର ମାମଲା କୋର୍ଟରେ ଗଡ଼ୁଛି । ଏହାର ମାନେଜମେଣ୍ଟ ସହଜ କରିବା ନିମନ୍ତେ ସଂଶୋଧନ ଜରୁରୀ ବୋଲି ସରକାର କହୁଛନ୍ତି ।
ଅସମ୍ବିଧାନିକ ଅସଙ୍ଗତି ହଟାଇବା – ବିରୋଧୀଙ୍କ ମତାନୁସାରେ ବିଲ୍-ର ଡ୍ରାଫ୍ଟରେ ଗୁରୁତର ସାମ୍ବିଧାନିକ ତ୍ରୁଟି ରହିଛି, ଯାହା ହଟାଇବା ଆବଶ୍ୟକ । କିନ୍ତୁ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଆଲୋଚନା ମାଧ୍ୟମରେ ସରକାର ବିଲ କୁ ସଂଶୋଧନ କରିବେ ।
ପ୍ରଶାସନିକ ସଂସ୍କାର – ୱାକଫ୍ ବୋର୍ଡ ଏବଂ ତାର କାର୍ଯ୍ୟ ପଦ୍ଧତିକୁ ଅଧିକ ପ୍ରଶାସନିକ ଏବଂ ପାରଦର୍ଶୀ କରିବା ନିମନ୍ତେ ଏହି ବିଲ୍ ସଂଶୋଧନ ଅତ୍ୟନ୍ତ ଦରକାର ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକମ । ସେମାନଙ୍କ କହିବା କଥା ପୁରୁଣା ବିଲରେ ଅନେକ ଅସଂଗତି ରହିଛି ଯାହାକୁ ସମାଧାନ କରିବା ପାଇଁ ଲୋକଙ୍କୁ ବାରମ୍ବାର ନ୍ୟାୟାଳୟ ଯିବାକୁ ପଡ଼ୁଛି ।
ସରକାରଙ୍କ କହିବା କଥା ୱାକଫ୍ ବିଲ୍ ସଂଶୋଧନ ଏକ ଅତ୍ୟନ୍ତ ଆବଶ୍ୟକ ବିଷୟ, କାରଣ ଏହା ୱାକଫ୍ ସମ୍ପତ୍ତିର ସଠିକ୍ ପରିଚାଳନା ଏବଂ ସୁସଂଗତ ଆଇନ ମାଧ୍ୟମରେ ନିର୍ଧାରଣ ହୋଇପାରିବ ।
ଏହି ବିଲ୍ ଉପରେ ଦଳଗୁଡ଼ିକ ମଧ୍ୟରେ ରାଜନୈତିକ ଦ୍ୱନ୍ଦ୍ୱ ରହିଥିଲେ ମଧ୍ୟ, ଏହାକୁ ଉଚିତ ଭାବେ ଆଲୋଚନା କରି ଅଗ୍ରସର ହେବା ଜରୁରୀ
ୱାକଫ୍ ବିଲ୍ ଉପରେ ଜେପିସି ରିପୋର୍ଟ ପ୍ରଥମେ ରାଜ୍ୟସଭା ପରେ ଲୋକସଭାରେ ଉପସ୍ଥାପିତ ହୋଇଛି । ଯାହାକୁ ନେଇ ରାଜନୀତି ସରଗରମ ହୋଇଛି । ନୂଆ ବିଲରେ କଣ ରହିଛି ତାକୁ ନେଇ ଆଲୋଚନା ଚାଲିଛି ।
ଜ୍ୟସଭାରେ ଜେପିସି ରିପୋର୍ଟ ଉପସ୍ଥାପନ ହେବା ମାତ୍ରେ ରିପୋର୍ଟକୁ ବିରୋଧ କରି ବିରୋଧୀ ଗୃହରେ ହଙ୍ଗାମା କରିଥିଲେ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ବିରୋଧୀ ଯାହା ଚାହୁଁଛନ୍ତି ସରକାର ତାହା ଶୁଣିବାକୁ ପ୍ରସ୍ତୁତ ଅଛନ୍ତି । ସେମାନେ କଣ କହିବାକୁ ଚାହୁଁଛନ୍ତି ତାହା ପ୍ରକାଶ କରନ୍ତୁ ।
ୱାକଫ୍ ବିଲର ଡ୍ରାଫ୍ଟରେ ଗୁରୁତର ସାମ୍ବିଧାନିକ ତ୍ରୁଟି ଥିବା ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଏହି ରିପୋର୍ଟରେ ଅନେକ ବିଷୟବସ୍ତୁ ହଟାଯାଇଛି । ଯାହା ରହିବା କଥା ।
ଏହାକୁ ପୁଣି ଥରେ ଜେପିସିକୁ ପଠାଯିବା ଉଚିତ ବୋଲି ସେ ଦାବି କରିଛନ୍ତି । ସେପଟେ ରିପୋର୍ଟରୁ କିଛି ହଟାଯାଇ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ।ରାଜ୍ୟସଭାରେ, ଲୋକସଭାରେ ଜେପିସି ରିପୋର୍ଟ ଉପସ୍ଥାପନ ବେଳେ ବିରୋଧ କରି ବିରୋଧୀଦଳମାନେ ଯଦିଓ କକ୍ଷ ତ୍ୟାଗ କରିଛନ୍ତି ତେବେ ଆଗାମୀ ଦିନରେ ଏହାକୁ ନେଇ ଏକ ସହମତି ବାହାର କରିବାକୁ ସରକାର କାମ ଆରମ୍ଭ କରିଛନ୍ତି ।
ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହ କହିଛନ୍ତି, ଆମ ଦଳର ଏହି ରିପୋର୍ଟ ଉପରେ କୌଣସି ଆପତ୍ତି ନାହିଁ । ବିରୋଧୀ ଦଳ ଜେପିସି ରିପୋର୍ଟ ଉପରେ ନିଜର ଆପତ୍ତି ଦାଖଲ କରିବା ଉଚିତ । ଲୋକସଭା ଓ ରାଜ୍ୟସଭାରେ ଉପସ୍ଥାପିତ ଏହି ରିପୋର୍ଟକୁ ଗତ ଛଅ ମାସ ଧରି ନିରନ୍ତର ବୈଠକ ପରେ ପ୍ରସ୍ତୁତ କରାଯାଇଛି ।