ଜମ୍ମୁକାଶ୍ମୀର ରାଜନୀତିରେ ପଛରେ ପଡ଼ିଥିବା ମୁଫତି କେନ୍ଦ୍ର ସରକାରଙ୍କୁ ଟାରଗେଟ କରିଛନ୍ତି । ପିଡ଼ିପି ଅଧ୍ୟକ୍ଷା ମେହବୁବା ମୁଫତି କହିଛନ୍ତି ଯେ ଧାରା 370 ଆମର ସୁରକ୍ଷା କବଚ ଥିଲା । ଏବେ ତାହା ନାହିଁ ।
ଧାରା ହଟିବା ପରେ ଆମର ସ୍ବାଧୀନତା ହଟିଯାଇଛି । ଆମର ଜମି ଏବଂ ଲୋକଙ୍କ ଚାକିରି ରକ୍ଷା କରୁଥିଲା ଏହି ଧାରା । 2019 ରେ ମସସ୍ତଙ୍କ ସୁରକ୍ଷା କବଚ ଛଡ଼ାଇ ନିଆଯାଇଥିବା କହିଛନ୍ତି ମୁଫତି ।
ସେ ପୁଣି କହିଛନ୍ତି ଆମେ କୌଣସି ସମାଧାନ ପାଇଲୁ ନାହିଁ । କାରଣ ଆଜି କିଛି ଟିକେ ହେଲେ ଅମିତ ଶାହ ଦିଲ୍ଲୀରେ ଏକ ବୈଠକ ଡ଼ାକିଥାନ୍ତି । କାରଣ ସେମାନଙ୍କ ମନରେ ଏକ ଭୟ ଅଛି ଯେ ଆମେ ଜମ୍ମୁ କାଶ୍ମୀରରେ ଯାହା କଲୁ ତାହା ଠିକ୍ କରିନାହୁଁ ।
ଜମ୍ମୁରୁ ଦଳର ସଦସ୍ୟତା ଅଭିଯାନ ଆରମ୍ଭ କରିବା ସମୟରେ ସେ ଏହି କଥା କହିଥିଲେ। ସେ କହିଥିଲେ, “ତୁମେ ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ଜୀବନ୍ତ ରଖି ସମଗ୍ର ଦେଶରୁ ଭୋଟ ପାଇବାକୁ ଚାହୁଁଛ। ଏହା ଠିକ୍ ନୁହେଁ ।
ପାକିସ୍ତାନର ସେନା କାଶ୍ମୀର ପ୍ରସଙ୍ଗକୁ ଜୀବନ୍ତ ରଖିବାକୁ ଚାହୁଁଛି। ହୁଏତ ବିଜେପି ମଧ୍ୟ ବୁଝିସାରିଛି ଯେ କୌଣସି ସ୍ଥାନରେ ବିସ୍ଫୋରଣ ହେବା ଉଚିତ, କାହାକୁ ସହିଦ କରାଯିବା ଉଚିତ ଯାହା ଦ୍ୱାରା ସେମାନେ ଦେଶରେ ହିନ୍ଦୁ-ମୁସଲିମ ପ୍ରସଙ୍ଗ ସୃଷ୍ଟି କରିପାରିବେ।”
ପିଡିପି ମୁଖ୍ୟ କହିଛନ୍ତି ଯେ ଦୁଇ ଦିନ ପୂର୍ବରୁ ଅଖନୁରରେ ଏକ ବିସ୍ଫୋରଣ ହୋଇଥିଲା | ବିବାହ କରିବାକୁ ଥିବା ଜଣେ ସୈନିକ ସହିଦ ହୋଇଥିଲେ ଏବଂ ଅନ୍ୟ ଜଣେ ଆରଏସ ପୁରାରେ ବିବାହ କରିବାକୁ ଥିଲେ।
ଜମ୍ମୁ-କାଶ୍ମୀର ସମସ୍ୟାର ସମାଧାନ ଜମ୍ମୁ, କାଶ୍ମୀର ଏବଂ ଲଦାଖର ଲୋକମାନଙ୍କୁ ଏକତ୍ରିତ ହୋଇ ଖୋଜିବାକୁ ପଡିବ। ସେ କହିଥିଲେ ଯେ ତାଙ୍କ ବାପା ମୁଫତି ମହମ୍ମଦ ସୟିଦ କାଶ୍ମୀର, ଜମ୍ମୁ ଏବଂ ଲଦାଖକୁ ଏକାଠି କରୁଥିଲେ।