ଇତିହାସ ଦର୍ଶାଉଛି ଯେ ଟେକ୍ନୋଲୋଜି ଯୋଗୁଁ କାମ ଲୋପ ପାଉନାହିଁ । ଏହାର ପ୍ରକୃତି ବଦଳିଯାଏ ଏବଂ ନୂତନ ପ୍ରକାର ନିଯୁକ୍ତି ସୃଷ୍ଟି ହୁଏ । ଏଆଇ ଭିତ୍ତିକ ଭବିଷ୍ୟତ ପାଇଁ ଆମ ଲୋକଙ୍କୁ ଦକ୍ଷ କରିବା ଲାଗି ପୁଞ୍ଜିନିବେଶର ଆବଶ୍ୟକତା ରହିଛି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏଆଇ ଲକ୍ଷ ଲକ୍ଷ ଜୀବନରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିପାରିବ। ଶିକ୍ଷା, କୃଷି ଓ ଆହୁରି ଅନେକ କିଛି। ଏହା ଏପରି ଏକ ବିଶ୍ୱ ସୃଷ୍ଟି କରିବାରେ ସହାୟକ ହୋଇପାରିବ ଯେଉଁଠାରେ ସ୍ଥାୟୀ ଶକ୍ତି ଲକ୍ଷ୍ୟ ହାସଲର ଯାତ୍ରା ଦ୍ରୁତ ହେବ।
ଫ୍ରାନ୍ସରେ ଏଆଇ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ ବେଶୀ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି । ତାହା ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ମାନବ ଚାକିରିର ସ୍ଥାନ ନେଇପାରିବେ କି? ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଏଆଇ ରାଜନୀତି, ଅର୍ଥନୀତି, ନିରାପତ୍ତା ଓ ସମାଜକୁ ପରିବର୍ତ୍ତନ କରୁଛି।
ପ୍ୟାରିସରେ ମାକ୍ରନଙ୍କ ସହ ପ୍ରଧାନମନ୍ତ୍ରୀ ଏଆଇ ଶିଖର ସମ୍ମିଳନୀର ସହ ଅଧ୍ୟକ୍ଷତା କରିଥିଲେ। ଏହାପରେ ସେ ତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବ୍ୟବସାୟୀ ନେତାମାନଙ୍କୁ ସମ୍ବୋଧିତ କରିଥିଲେ।
ପ୍ୟାରିସରେ ଆୟୋଜିତ ଦୁଇଦିନିଆ ସମ୍ମିଳନୀରେ ଏଆଇ, ଏହାର ଭବିଷ୍ୟତ ଓ ଏହାର ଉଭୟ ଭଲ ଓ ମନ୍ଦ ପ୍ରଭାବ ବିଷୟରେ ଆଲୋଚନା କରାଯାଇଥିଲା। ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଏଆଇ ବିକାଶର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଛି।
ସ୍ୱାସ୍ଥ୍ୟ ସେବା ଗବେଷଣା, କ୍ୱାଣ୍ଟମ କମ୍ପ୍ୟୁଟିଂର ବିକାଶରେ ଏଆଇ ବ୍ୟବହାର ଏବଂ ନୋଟ୍ବୁକ୍ଏଲ୍ଏମ୍ ଭଳି ଉପକରଣ ଦ୍ୱାରା ଦୈନିକ ଉତ୍ପାଦକତାମୂଳକ କାର୍ଯ୍ୟକୁ ସରଳ କରିବା ବିଷୟରେ ସେ କହିଥିଲେ।
ଓପନ୍ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଷଣ ଦେଇଥିଲେ। ଓପନ୍ ଏଆଇର ଚାଟ୍ଜିପିଟି ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆର୍-୧ ନାମକ ଏକ ନୂତନ ମଡେଲ୍ ଲଞ୍ଚ୍ କରିବା ପରେ ଚୀନ୍ ଷ୍ଟାର୍ଟଅପ୍ ଡିପ୍ସିକ୍ର ଲୋକପ୍ରିୟତା ପରିପ୍ରେକ୍ଷୀରେ ଏଆଇ ଆକ୍ସନ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଛି।