ଆଗାମୀ ଦିନରେ ସଂସଦରେ ସମସ୍ତ ୨୨ଟି ସାମ୍ବିଧାନିକ ସ୍ୱୀକୃତିପ୍ରାପ୍ତ ଭାଷାରେ ଅନୁବାଦ ସୁବିଧା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବାଚସ୍ପତି କହିଛନ୍ତି। ସଂସଦରେ ସମସ୍ତ ୨୨ଟି ଭାଷାରେ ଅନୁବାଦ ସୁବିଧା ରହିବ, ଯାହାଦ୍ୱାରା ସମସ୍ତ ସାଂସଦ ନିଜ ମାତୃଭାଷାରେ ନିଜର ମତ ରଖିପାରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦରେ ଏକ ନୂଆ ଘୋଷଣା କରି କହିଛନ୍ତି । ବର୍ତମାନ ସୁଦ୍ଧା ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଅହମିୟା ବଙ୍ଗଳା , ଗୁଜରାଟୀ, କନ୍ନଡ଼ , ମାଲାୟାଲମ , ମରାଠୀ , ଓଡ଼ିଆ, ପଞ୍ଜାବୀ , ତାମିଲ ଓ ତେଲୁଗୁ ଭଳି 10 ଟି ଭାଷାରେ ,ଏକକାଳୀନ ଅନୁବାଦ ସୁବିଧା ଉପଲବ୍ଧ ଥିଲା କିନ୍ତୁ ଏବେ ଏଥିରେ ଆଉ 6 ଟି ଭାଷା ଯୋଡ଼ାଯାଇଛି ।
ଏଣିକି ବୋଡ଼ୋ ଡ଼ୋଗରୀ ମୈଥିଳୀ ସଂସ୍କୃତି , ଉର୍ଦ୍ଦୁ ଓ ମଣିପୁରୀ ଭାଷାରେ ବି ଅନୁବାଦ ସୁବିଧା ଉପଲବ୍ଧ ହେବା ସେ କହିଛନ୍ତି ଯେ ସଂସଦରେ ବହୁଭାଷୀ ଅନୁବାଦ ବ୍ୟବସ୍ଥାକୁ କ୍ରମାଗତ ଭାବରେ ସମ୍ପ୍ରସାରଣ କରାଯାଉଛି ଯାହାଦ୍ବାରା ଅଧିକରୁ ଅଧିକ ସାଂସଦ ସେମାନଙ୍କ ମାତୃଭାଷାରେ କଥାବାର୍ତା କରିପାରିବେ ଏବଂ ଗଣତାନ୍ତ୍ରିକ ବିତର୍କରେ ପ୍ରଭାବଶାଳୀ ଭାବରେ ଅଂଶଗ୍ରହଣ କରିପାରିବେ ।