କେଜ୍ରିୱାଲ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ନେଇ ଷଡଯନ୍ତ୍ର କରୁଥିବା ବିଜେପିର ଚର୍ଚ୍ଚାକୁ ଅଧିକ ଫର୍ଚ୍ଚା କରିଛି ଦିଲ୍ଲୀରେ ବସିଥିବା ଆପ୍ ର ବୈଠକ । କେଜ୍ରିୱାଲ୍ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କୁ ଡାକିଛନ୍ତି ଏବଂ ଆଲୋଚନା କରୁଛନ୍ତି ।
ଦିଲ୍ଲୀ ପରାଜୟର କାରଣ ଖୋଜିବାକୁ ଏହି ବୈଠକ ହେଉଥିବା ଆପ୍ ପକ୍ଷରୁ କୁହାଯାଇଥିବା ବେଳେ ବିରୋଧୀ କିନ୍ତୁ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି । ପଞ୍ଜାବରେ ମାନଙ୍କୁ ହଟାଇ ନିଜେ କେଜ୍ରିୱାଲ୍ ମୁଖିଆ ହେବାକୁ ମସୁଧା କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି ।
ବଦଳିପାରନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଭଗଓ୍ବନ୍ତ ମାନଙ୍କ ଜାଗାରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ବାଜି ହାରିବା ପରେ ଏବେ ସିଏମ ସ୍ବପ୍ନ ପୂରା କରିବାକୁ ଦିଲ୍ଲୀରୁ ପଞ୍ଜାବକୁ ଡ଼େଇଁବାକୁ ପ୍ରସ୍ତୁତ ହେଉଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ ଆଉ ଏଥିପାଇଁ ବି କସରତ ଆରମ୍ଭ କରିଦେଇଛନ୍ତି । ଏଭଳି ସାଘାଂତିକ ଅଭିଯୋଗ ଆଣିଛି ପଞ୍ଜାବ ବିଜେପି ।
ତେବେ ବିଜେପି ନେତା ମନଜିନ୍ଦର ସିଂହ ଶୀର୍ଷା କହିଛନ୍ତି, ଦିଲ୍ଲୀରେ ଧରାଶାୟୀ ହେବା ପରେ କେଜ୍ରିୱାଲ୍ ଏବେ ପଞ୍ଜାବକୁ ଧ୍ବଂସ କରିବାକୁ ଆସୁଛନ୍ତି ଆଉ ସେ ଭଗୱନ୍ତ ମାନଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା କରୁଛନ୍ତି ।
ପଞ୍ଜାବରେ ନିଶା କାରବାରରେ ରୋକ୍ ନଲାଗିବା, ଆଇନ ଶୃଙ୍ଖଳା ବିଗିଡିବା ଏବଂ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୃତି ପାଳନ କରିପାରିନଥିବା ଭଳି ଅନେକ ଅଭିଯୋଗ ଆଣି କେଜ୍ରିୱାଲ୍ ଭବୱନ୍ତଙ୍କୁ ଅସମର୍ଥ କହି ତାଙ୍କ ଠାରୁ ଚୌକି ଛଡାଇପାରନ୍ତି ।
ଆଉ ନିଜେ ମୁଖ୍ୟମନ୍ତ୍ରୀ ହେଇପାରନ୍ତି । କିନ୍ତୁ କେଜ୍ରିୱାଲ୍ ମନେରଖିବା ଦରକାର ଦିଲ୍ଲୀରେ ଲୋକେ ଯେମିତି ଜବାବ ଦେଲେ ପଞ୍ଜାବବାସୀ ବି ତାଙ୍କୁ ସେମିତି ଜବାବ ଦେବେ । ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ନେଇ କେଜ୍ରିୱାଲ୍ ଦେଖୁଥିବା ଦିବାସ୍ବପ୍ନ ବନ୍ଦ କରନ୍ତୁ ବୋଲି କଟାକ୍ଷ କରିଛନ୍ତି ବିଜେପି ନେତା ।
ତେବେ ସେପଟେ ଆଜି ଦିଲ୍ଲୀରେ ପଞ୍ଜାବ ଆପକୁ ନେଇ ବୈଠକ ଜାରି ରହିଛି । ୨୦୨୭ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସେଠି ଯେମିତି ଦିଲ୍ଲୀ ପରିସ୍ଥିତି ନହୁଏ ତେଣୁ ଆଗୁଆ ଅଣ୍ଟା ଭିଡିଛି ଆପ୍ ।