ଚଳିତ ମହାକୁମ୍ଭରେ ଯୋଗଦେବା ପାଇଁ ଲକ୍ଷ ଳକ୍ଷ ଭକ୍ତ ଏବେ ବି ପ୍ରୟାଗରାଜକୁ ଯାଉଥିବା ବେଳେ ଭୟଙ୍କର ଟ୍ରାଫିକ ଜାମ ଯୋଗୁ ସହର ଅଚଳ ହୋଇପଡ଼ିଛି । ମଧ୍ୟପ୍ରଦେଶର ମୈହାର ପୁଲିସ କହିଛି ଯେ “ପ୍ରୟାଗରାଜ ଆଡକୁ ଯିବା ଅସମ୍ଭବ। କାରଣ ସେଠାରେ ୨୦୦-୩୦୦ କିଲୋମିଟର ଟ୍ରାଫିକ ଜାମ୍ ଅଛି”।
ଅତ୍ୟଧୀକ ଭିଡ଼ ଯୋଗୁ ପ୍ରୟାଗରାଜ ସଂଗମ ଷ୍ଟେସନକୁ ମଧ୍ୟ ଶୁକ୍ରବାର ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଏଭଳି ଅବ୍ୟବସ୍ଥା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସେ କହିଛନ୍ତି ଟ୍ରାଫିକ ଜାମରେ ଫସି ରହିଥିବା ଭୋକିଲା ଶୋଷିଲା ଯନ୍ତ୍ରଣାଗ୍ରସ୍ତ ଓ କ୍ଳାନ୍ତ ତୀର୍ଥଯାତ୍ରୀଙ୍କୁ ମାନବିକ ଦୃଷ୍ଟିକୋଣରୁ ଦେଖିବା ଉଚିତ ସାଧାରଣ ଭକ୍ତମାନେ କଣ ମଣିଷ ନୁହଁନ୍ତି ।
ଜାନୁଆରି ୧୩ ତାରିଖରେ ମହାକୁମ୍ଭ ଆରମ୍ଭ ହେବା ପରଠାରୁ, ୪୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି। ରବିବାର ଦିନ ଅଖିଳେଶ ଯାଦବ ପ୍ରୟାଗରାଜର ଟ୍ରାଫିକ୍ ପରିସ୍ଥିତି ଉପରେ ଆଲୋକପାତ କରି ଅନେକ ଟ୍ୱିଟ୍ ପୋଷ୍ଟ କରିଥିଲେ ଏବଂ ଫସି ରହିଥିବା ତୀର୍ଥଯାତ୍ରୀଙ୍କ ପାଇଁ ତୁରନ୍ତ ଜରୁରୀକାଳୀନ ବ୍ୟବସ୍ଥା କରିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ଆହ୍ୱାନ କରିଥିଲେ।