ତିରୁପତି ମନ୍ଦିର ପ୍ରସାଦ ଲଡ଼ୁରେ ଚର୍ବି ମିଶାଇବା ପ୍ରସଙ୍ଗ । ଘିଅ ବିତରଣ କରୁଥିବା 4 ଜଣଙ୍କୁ ଗିରଫ କରିଛି ସିବିଆଇ । ଭୋଲେ ବାବା ଡ଼ାଏରୀର ପୂର୍ବତନ ନିର୍ଦେଶକ ପୋମିଲ ଜୈନ ଏବଂ ବିପିନ ଜୈନ ବୈଷ୍ଣବୀ ଡ଼ାଏରୀର ସିଇଓ ଅପୂର୍ବ ବିନୟକାନ୍ତ ଏବଂ ଏଆର ଡ଼ାଏରୀର ଏମଡ଼ି ରାଜୁ ରାଜଶେଖରନଙ୍କୁ ବାନ୍ଧିଛି ସିବିଆଇ । ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ ।
ତିରୁପତି ମନ୍ଦିରର ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ମିଶୁଛି ପଶୁଙ୍କ ଚର୍ବି ଓ ମାଛ ତେଲ । ଏଭଳି ଅଭିଯୋଗ ଆସିବା ପରେ ମାମଲା ପହଞ୍ଚିଥିଲା ସୁପ୍ରିମକୋର୍ଟରେ । ପ୍ରସାଦରେ ଅପମିଶ୍ରଣ କରାଯାଇଥିବା ଅଭିଯୋଗ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ପ୍ରସାଦ କଣ୍ଟ୍ରାଟ ନେଇଥିବା ସଂସ୍ଥା ବିରୋଧରେ ପିଟିସନ ଦାଖଲ କରିଥିଲେ ଆଇନଜୀବୀ ।