ବନ୍ଦର ସଂଯୋଗୀକରଣ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସୋନାୱାଲ ସୂଚନା ଦେଇଛନ୍ତି ଯେ ଓଡ଼ିଶାରେ ୧୩,୮୦୧ କୋଟି ଟଙ୍କାରେ କାର୍ଯ୍ୟକାରୀ କରାଯାଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ ହୋଇଛି। ୮୭୩୫ କୋଟି ଟଙ୍କା ନିବେଶରେ କିଛି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି ଏବଂ ୧୧,୭୪୪ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ବିକାଶ ପର୍ଯ୍ୟାୟରେ ରହିଛି ବୋଲି ସେ କହିଛନ୍ତି।
ରାଜ୍ୟରେ ବିକାଶ କରାଯାଉଥିବା 5 ଟି ଅନ୍ତର୍ଦେଶୀୟ ଜଳମାର୍ଗ ପ୍ରବଳ୍ପ 2026 ଏପ୍ରିଲ ସୁଦ୍ଧା କାର୍ଯ୍ୟକ୍ଷମ ହେବା ସଂସଦରେ କେନ୍ଦ୍ର ବନ୍ଦର , ଜାହାଜ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ 2024 – 25 ଆର୍ଥିକ ବର୍ଷର ଜାତୀୟ ଜାଳମାର୍ଗ ବିକାଶ ପାଇଁ 1195. 11 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସେହିପରି, ଜାତୀୟ ଜଳମାର୍ଗ-୬୪ ଅଧୀନରେ ଇଫ୍କୋ ପାଇଁ ମହାନଦୀରେ ଏକ ଜେଟି ସ୍ଥାପନ କରାଯାଉଛି। ଏହି ପ୍ରକଳ୍ପରେ ୬୭ କୋଟି ଟଙ୍କା ବିନିଯୋଗ କରାଯାଉଥିବା ବେଳେ ତାହା ୨୦୨୬ ଏପ୍ରିଲ୍ ସୁଦ୍ଧା କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି।
ମନ୍ତ୍ରୀ ଶ୍ରୀ ସୋନାୱାଲ ସୂଚନା ଦେଇଛନ୍ତି ଯେ ଓଡ଼ିଶାରେ ୧୫.୨୦ କୋଟି ଟଙ୍କା ବଜେଟ୍ରେ ଜାତୀୟ ଜଳମାର୍ଗ-୬୪ ଅଧୀନରେ ମହାନଦୀ ଉପରେ ମୁସାଡିଆ-ବାହାକୁଦା ଫେରି ସେବା ପାଇଁ ଦୁଇଟି ଏବଂ ଜାତୀୟ ଜଳମାର୍ଗ-୧୪ରେ ବୈତରଣୀ ନଦୀରେ ଗୋଟିଏ ଭାସମାନ ଜେଟି ବିକାଶ କରାଯାଉଛି। ଏହି ପ୍ରକଳ୍ପ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି।