କଟକ : ରୋହିତଙ୍କ ଦମଦାର ବ୍ୟାଟିଂ ବଳରେ ଟିମ୍ ଭାରତ ବିଜୟୀ ହୋଇଛି । ଛକା, ଚଉକାରେ ବାରବାଟୀ ଦର୍ଶକ ବିମୋହିତ ହୋଇଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ଟିମ ଭାରତ 4 ଓ୍ବିକେଟରେ ବିଜୟ ହୋଇଛି ।
ଅଧିନାୟକ ରୋହିତ ଶର୍ମା ଙ୍କ ନେତୃତ୍ବରେ ରୋହିତବାହିନୀ ବାରବାଟୀ ଦିନିକିଆ ଜିତିବା ସହିତ ଶୃଙ୍ଖଳାକୁ ଅକ୍ତିଆର କରିଛି । ଭାରତ ଏହି 3 ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ 2-0ରେ ଅଗ୍ରଣୀ ରହିଛି । ତୃତୀୟ ମ୍ୟାଚ ବୁଧବାର ଅହମଦାବାଦରେ ଖେଳାଯିବ ।
ବାରବାଟୀରେ ଭାରତକୁ ୩୦୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛାକରି ରୋହିତଙ୍କ ଟିମ୍ ୪୨.୩ ଓଭରରେ ୬ୱିକେଟ୍ ହରାଇ ୩୦୮ କରି ବିଜୟଲାଭ କରିଥିଲା । ଟସ୍ ଜିଣି ଅତିଥି ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବୋଲିଂ କରିଥଲା। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଥିଲା।
ଭାରତର ଇନିଂସ ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍। ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୧୩୬ ରନ୍ ସଂଗ୍ରହ କରିଥିଲେ। ଏଥିରେ ଶୁଭମନ୍ଙ୍କ ୬୦ ରନ୍ ସାମିଲ ଥିଲା। ଗିଲ୍ ଆଉଟ୍ ହେବା ପୂର୍ବରୁ ୫୨ଟି ବଲ୍ ଖେଳି ୯ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଗିଲ୍ ଆଉଟ୍ ହେଲା ପରେ ବିରାଟ କୋହଲି ପଡ଼ିଆକୁ ପ୍ରବେଶ କରିଥିଲେ। କିନ୍ତୁ ବିରାଟ ଦର୍ଶକମାନଙ୍କୁ ନିରାଶ କରିଥିଲେ। ସେ ମାତ୍ର ୮ଟି ବଲ୍ ଖେଳି ୫ ରନ୍ ସଂଗ୍ରହ କରି ପାଭିଲଅନ୍କୁ ଫେରି ଯାଇଥିଲେ।
ଅକ୍ଷର ପଟେଲ ୪୭ଟି ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୪୪ ରନ୍ ସଂଗ୍ରହ କରିଥିଲେ। କେଏଲ୍ ରାହୁଲ ୧୪ଟି ବଲ୍ ସାମ୍ନା କରିଥିଲେ। ସେ ଗୋଟିଏ ଚୌକା ସହିତ ବ୍ୟକ୍ତିଗତ ଭାବେ ୧୦ ରନ୍ ସଂଗ୍ରହ କରିଥିଲେ।
ଇଂଲଣ୍ଡ ପାଇଁ ଫିଲିପ୍ ସଲ୍ଟ ଓ ବେନ୍ ଡକେଟ୍ ପାଳି ଅରମ୍ଭ କରିଥିଲେ। ଫିଲିପ୍ ୨୬ ରନ୍ କରିଥିଲେ। ସେହିପରି ବେନ୍ ଡକେଟ୍ ୬୫ ରନ୍ କରିଥିଲେ। ବିସ୍ଫୋରକ ବ୍ୟାଟର ଜୋ ରୁଟ୍ ୬୯ ରନ୍ କରିଥିଲେ।
ହେରି ବୁକ୍ ୩୧ ରନ୍ କରିଥିଲେ। ୩୫ଟି ବଲ୍ ଖେଳି ୨ଟି ଚୌକା ସହାୟତାରେ ୩୪ ରନ୍ କରିଥିଲେ ଜୋସ୍ ବଟଲର। ଲିଆମ ଲିଭିଂଷ୍ଟୋନ୍ଙ୍କ ୪୧ ରନ୍ କରିଥିଲେ । ଜେମି ଓଭରଟର୍ନ ୬ ରନ୍, ଗସ ଆଟିକସନ୍ ୩ ରନ୍, ଆଦିଲ ରସିଦ ବ୍ୟକ୍ତିଗତ ଭାବେ ୧୪ ରନ୍ କରିଥିଲେ ।
ଭାରତୀୟ ବୋଲର ରବୀନ୍ଦ୍ର ଜାଜେଡା ସର୍ବାଧିକ ୩ଟି ୱିକେଟ୍ ନେଇଥିଲା ବେଳେ ମହମ୍ମଦ ସାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।
ଭାରତ ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ନାଗପୁରରେ 4 ଓ୍ବିକେଟରେ ପରାସ୍ତ କରିଥିଲା । ଚଳିତ ଶୃଙ୍ଖଳାରେ 2-0 ରେ ଅଗ୍ରଣୀ ରହିଛି । ଭାରତ ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ନାଗପୁରରେ 4 ଓ୍ବିକେଟରେ ପରାସ୍ତ କରିଥିଲା । ଚଳିତ ଶୃଙ୍ଖଳାର ଅନ୍ତିମ ମ୍ୟାଚ ଅହମଦାବାରେ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଆସନ୍ତା 12 ତାରିଖରେ ଖେଳାଯିବ ।