ଐତିହାସିକ ବାରବାଟୀରେ ଷ୍ଟାଡିୟମରେ ରୋହିତ ଶତକ କରିଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ବିତୀୟ ମୁକାବିଲାରେ ରୋହିତ ଜବରଦସ୍ତ ଶତକ କରିଛନ୍ତି । ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୧-୦ରେ ଅଗ୍ରଣୀ ଥିବାରୁ ଏହ ମୁକାବିଲାରେ ବିଜୟ ହାସଲ କରିବାକୁ ସମସ୍ତ ପ୍ରକାର ରଣନୀତି କରୁଛି। ଅନ୍ୟପଟରେ ଅତିଥି ଟିମ୍ ଏହି ମ୍ୟାଚ୍ ଜି ସମାନ ସ୍ଥିତିରେ ପହଞ୍ଚିବାକୁ ଉଦ୍ୟମ କରୁଛି।
ବାରବାଟୀ ଷ୍ଟାଡିୟମରେ ରୋହିତ ଶର୍ମା ଶତକ ହାସଲ କରିଛନ୍ତି। ଏଥି ସହିତ ଭାରତର ସ୍କୋର ୨୦୦ ରନ୍ ଅତିକ୍ରମ କରିଛି ହୋଇଛି।
କଟକରେ ପ୍ରାୟ ୫୦ ହଜାର ଦର୍ଶକଙ୍କ ସାମ୍ନାରେ ଏହି ବିରାଟ ଲଢେଇ ହୋଇଛି। ଦିବାରାତ୍ର ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୩୦୪ ରନ୍ରେ ଅଲ୍ଆଉଟ୍ ହୋଇଛି। ଭାରତ ଜିତିବା ଲକ୍ଷ୍ୟରେ ଅଗ୍ରସର ହେଉଛି ।
ଇଣ୍ଡିଆର ଦୁଇ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଥମତଃ ଚୂଡାନ୍ତ ଏକାଦଶରେ ବିରାଟ କୋହଲିଙ୍କୁ ସ୍ଥାନ ମିଳିଛି। ଅନ୍ୟଟି ବାରବାଟୀ ଦିନିକିଆରେ ବରୁଣ ଚକ୍ରବର୍ତ୍ତୀ ପଦାର୍ପଣ କରିଛନ୍ତି।
ଭାରତୀୟ ଟିମ୍ର ଯୁବ କ୍ରିକେଟ୍ର ଶୁବମାନ୍ ଗିଲ୍ ଅର୍ଦ୍ଧଶତକ ହାସଲ ପରେ ଆଉଟ ହୋଇଛନ୍ତି। ସେ ପାଭଲିଅନ୍କୁ ଫେରିବା ପୂର୍ବରୁ ୫୨ଟି ବଲ୍ ଖେଳି ୯ଟି ଚୌକା ଓ ଗୋଟିଏ ଛକା ବଳରେ ୬୦ ରନ୍ କରିଥିଲେ।