କିଏ ହେବେ ଦିଲ୍ଲୀର ପରବର୍ତୀ ମୁଖ୍ୟମନ୍ତ୍ରୀ? ଏହା ଏବେ କୋଟିଏ ଟଙ୍କାର ପ୍ରଶ୍ନ । ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଏବେ ବି ସ୍ପଷ୍ଟ ହୋଇପାରିନାହିଁ । ବିଜେପି ଅନ୍ୟରାଜ୍ୟରେ ନାମକୁ ନେଇ ଚକମା ଦେଇଥିବାରୁ ଦିଲ୍ଲୀରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଆକଳନ କରିବା ମୁସ୍କିଲ ।
ନିର୍ବାଚନରେ ଦିଲ୍ଲୀର ଭୋଟରମାନେ ଭାରତୀୟ ଜନତା ପାର୍ଟି କୁ ବିପୁଳ ସଂଖ୍ୟାଗରିଷ୍ଠତା ଦେଇଛନ୍ତି । ବିଜେପିକୁ 48 ଟି ଆସନ ମିଳିଛି । ଯେତେବେଳେ ଆପ 22 ଟି ଆସନ ଜିତିଛି ।ଏବେ ଦିଲ୍ଲୀରେ ପରବର୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ଏହି ପ୍ରଶ୍ନର ଉତ୍ତର ଖୋଜାଯାଉଛି ।
ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦିଲ୍ଲୀର ପରବର୍ତୀ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି କରିବେ । ଏବେ ପ୍ରଶ୍ନ ହେଉଛି କାହିଁକି ଉପରାଜ୍ୟପାଳ ବିନୟ କୁମାର ସାକ୍ସନା ଦିଲ୍ଲୀର ପରର୍ତୀ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି କରିବେ ନାହିଁ ।
ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ସମ୍ପର୍କରେ, ଜାତି, ଅଭିଜ୍ଞତା ଏବଂ ରାଜନୈତିକ ରଣନୀତି ମଧ୍ୟରେ ସନ୍ତୁଳନ ବଜାୟ ରଖି ବିଜେପି ସମସ୍ତଙ୍କୁ ଚକିତ କରି ପ୍ରାର୍ଥୀ ବାଛିବାର ସମ୍ଭାବନା ଅଛି।