Friday, June 6, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ବାଂଲାଦେଶରେ  ଅପରେସନ ଡ଼େଭିଲ ହଣ୍ଟ ଅଭିଯାନ ଆରମ୍ଭ

Ramesh Parida by Ramesh Parida
Feb 9, 2025, 12:16 pm GMT+0530
FacebookTwitterWhatsAppTelegram

ମହମ୍ମଦ ହୁନୁସଙ୍କ ସରକାର ବାଂଲାଦେଶରେ ଆତଙ୍କ ସୃଷ୍ଟି କରୁଛନ୍ତି । ମଧ୍ୟବର୍ତୀକାଳୀନ ସରକାରଙ୍କ ନିଷ୍ପତ୍ତିରୁ ମନେ ହେଉଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନାମ ଦେଶରୁ ନିଶ୍ଚିହ୍ନ ହୋଇଯିବ । ଏବେ ବାଂଲାଦେଶରେ  ଅପରେସନ ଡ଼େଭିଲ ହଣ୍ଟ ଅଭିଯାନ ଆରମ୍ଭ ହୋଇଛି । ଯାହା ଲକ୍ଷ୍ୟ ଶାନ୍ତି ପ୍ରତିଷ୍ଠା କରିବା ।

କିନ୍ତୁ, ଏହା ବିଶ୍ୱାସ କରାଯାଉଛି ଯେ, ଶେଖ ହସିନାଙ୍କ ସମର୍ଥକମାନଙ୍କର ଚିହ୍ନବର୍ଣ୍ଣ ଦେଶରୁ ନିଚିହ୍ନ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ପ୍ରକୃତରେ, ବାଂଲାଦେଶରେ ପୁଣି ଥରେ ଅଶାନ୍ତି ବ୍ୟାପିଛି ଏବଂ ଦେଶର ବହୁ ସ୍ଥାନରେ, ଭିଡ଼ ଶେଖ ହସିନା ସମର୍ଥକ ଏବଂ ତାଙ୍କ ଦଳର ନେତାମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଗୁରୁବାର ଦିନ, ଅତି କମରେ ୨୪ଟି ଜିଲ୍ଲାରେ ଶେଖ ହସିନାଙ୍କ ଦଳର ବରିଷ୍ଠ ନେତାମାନଙ୍କ ଘର ପୋଡ଼ି ଦିଆଯାଇଥିଲା। ଅନେକ ସ୍ଥାନରେ, ଭିଡ଼ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଯାହା ପରେ ଶନିବାର ‘ଅପରେସନ୍ ଡେଭିଲ୍ ହଣ୍ଟ’ ଅଭିଯାନ ଆରମ୍ଭ ହୋଇଥିଲା।

ବାଂଲାଦେଶ ଗୃହ ମନ୍ତ୍ରଣାଳୟ ଏକ ବିବୃତିରେ କହିଛନ୍ତି, ଗତକାଲି ରାତିରେ ଗାଜିପୁରରେ ଛାତ୍ରମାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଆଇନ ଶୃଙ୍ଖଳା ବାହିନୀ ସହିତ ସମନ୍ୱୟ ରଖି ଶନିବାର ଗୃହ ମନ୍ତ୍ରଣାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ପର୍କିତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଏବଂ ଆତଙ୍କବାଦୀମାନଙ୍କୁ ନ୍ୟାୟ ଦେବା ପାଇଁ ମିଳିତ ବାହିନୀ ସହିତ ସମନ୍ୱୟ ରଖି ‘ଅପରେସନ୍ ଡେଭିଲ୍ ହଣ୍ଟ’ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବୈଠକରେ କୁହାଯାଇଥିଲା। ଗୃହ ମନ୍ତ୍ରଣାଳୟ କହିଛି ଯେ, ଏହି ଅଭିଯାନ ସାରା ଦେଶରେ ଆରମ୍ଭ ହୋଇଛି।

ଶୁକ୍ରବାର ରାତିରେ ମହମ୍ମଦ ୟୁନୁସଙ୍କ ସରକାରଙ୍କ ଦ୍ୱାରା ସମର୍ଥିତ ଛାତ୍ରମାନେ ପୁଣି ଥରେ ଶେଖ ହସିନା ସମର୍ଥକଙ୍କ ଘର ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ପ୍ରତିବାଦ କରି ଛାତ୍ରମାନେ “ବୁଲଡୋଜର କାର୍ଯ୍ୟକ୍ରମ” ଆରମ୍ଭ କରିଥିଲେ। ଯାହା ଅନ୍ତର୍ଗତ ହସିନାଙ୍କ ଦଳର ପୂର୍ବତନ ସାଂସଦ ଏବଂ ନେତାଙ୍କ ଘର ଭାଙ୍ଗି ଦିଆଯାଇଥିଲା। ସେମାନଙ୍କ ଘରେ ନିଆଁ ଲଗାଇ ପୋଡ଼ି ଦିଆଯାଇଥିଲା। ଏବେ ଶେଖ ହସିନାଙ୍କ ଦଳର କର୍ମୀମାନେ ମଧ୍ୟ ଏହାର ପ୍ରତିବାଦ କରିବା ଆରମ୍ଭ କରିଛନ୍ତି। ଶୁକ୍ରବାର ଗାଜିପୁରରେ ବିଳମ୍ବିତ ରାତିରେ ଉଭୟ ପକ୍ଷର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା।

ସ୍ଥାନୀୟ ଲୋକମାନେ ମାଇକ୍‌ରେ ଘୋଷଣା କରିବା ପରେ ସଂଘର୍ଷ ଆରମ୍ଭ ହୋଇଥିଲା। କୁହାଯାଇଥିଲା ଯେ, ଶେଖ ହସିନାଙ୍କ ମୁକ୍ତି ସଂଗ୍ରାମ ମାମଲାର ମନ୍ତ୍ରୀ ମୋଜାମେଲ୍ ହକ୍‌ଙ୍କ ଘରକୁ ଭାଙ୍ଗିବାକୁ ଲୁଟେରାଙ୍କ ଏକ ଦଳ ଆସୁଛନ୍ତି।

ଏହି ଘଟଣାରେ ପ୍ରାୟ ୧୫ ଜଣ ଛାତ୍ର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ଲାଗି ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶେଖ ହସିନାଙ୍କୁ କ୍ଷମତାରୁ ବାହାର କରିବା ପାଇଁ ନେତୃତ୍ୱ ନେଇଥିବା ଏକ ଗୋଷ୍ଠୀ, ଭେଦଭାବ ବିରୋଧୀ ଛାତ୍ର ଆନ୍ଦୋଳନର କେନ୍ଦ୍ରୀୟ ନେତାମାନେ ଛାତ୍ରମାନଙ୍କ ଉପରେ ଆକ୍ରମଣର ପ୍ରତିବାଦରେ ଏକ ରାଲି କରିବାକୁ ଗାଜିପୁରରେ ପହଞ୍ଚିଥିଲେ।

ଏହି ସମୟରେ, ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ସମସ୍ତ ନାଗରିକଙ୍କୁ ଆଇନ ଶୃଙ୍ଖଳା ଫେରାଇ ଆଣିବାକୁ ଏବଂ ଶେଖ ହସିନାଙ୍କ ପରିବାର ଏବଂ ଆୱାମୀ ଲିଗ୍ ଦଳର ରାଜନେତାଙ୍କ ସମ୍ପତ୍ତି ଉପରେ କିମ୍ବା କୌଣସି ନାଗରିକଙ୍କ ଉପରେ ଆଉ ଆକ୍ରମଣ ନ କରିବାକୁ ଆହ୍ୱାନ କରିଛନ୍ତି।

କିନ୍ତୁ ସରକାରଙ୍କ ପ୍ରରୋଚନାରେ ଏପରି ଆକ୍ରମଣ କରାଯାଉଛି ବୋଲି ବିଶ୍ୱାସ କରାଯାଉଛି। ସରକାର ଶେଖ ହସିନାଙ୍କ ସମର୍ଥକମାନଙ୍କୁ ସବୁଦିନ ପାଇଁ ନିପାତ କରିବାକୁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି । ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ, ସମଗ୍ର ବାଂଲାଦେଶ ଶେଖ ହସିନାଙ୍କ ବିରୋଧରେ ନୁହେଁ। ତଙ୍କ ପ୍ରତି ଏବେ ବି ବିପୁଳ ଜନସମର୍ଥନ ରହିଛି। ମହମ୍ମଦ ୟୁନୁସ ଏଥିପାଇଁ ଚିନ୍ତିତ ଏବଂ ନିର୍ବାଚନ ହେବା ପୂର୍ବରୁ ଏହି ଜନ ସମର୍ଥନକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିବାକୁ ଚାହୁଁଛନ୍ତି।

Tags: INDIAnewsodishaTOP NEWS
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.