ବିଜେପିକୁ ମିଳିଛି ଦିଲ୍ଲୀ ସରକାର । ଦିଲ୍ଲୀ ବାଜିମାତ କରିବାରେ କଂଗ୍ରେସ -ଆପ ଲଢ଼େଇ ସହାୟକ ହୋଇଛି । ଏପରିକି କିଛି ସ୍ଥାନରେ ମୁସଲିମ ଭୋଟ ବିଜେପି ପାଖକୁ ଯାଇଛି । ଦିଲ୍ଲୀବାସୀ ମୋଦିଙ୍କୁ ଭରସା କରିଛନ୍ତି ।
କାହିଁକି ଦିଲ୍ଲୀର ସୁମଲିମ ବହୁଳ ଅଞ୍ଚଳରେ ବି ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଏହାକୁ ନେଇ ଚର୍ଚା ଚାଲିଛି । ଅଧିକାଂଶ ସମୟରେ ବିଜେପିକୁ ମୁସଲିମ ଭୋଟ ନ ମିଳିବା ନେଇ ଯେଉଁ ପ୍ରଶ୍ନ ଛିଡ଼ା ହେଉଥିଲା ତାକୁ ଦିଲ୍ଲୀ ନିର୍ବାଚନର ଭୁଲ ପ୍ରମାଣିତ କରିଛି ବିଜେପି ।
ଦିଲ୍ଲୀରେ ମହିଳା ଭୋଟ ବିଜେପି ଖାତାକୁ ଯାଇଛି । ଯୁବ ବର୍ଗ ମଧ୍ୟ ବିଜେପିକୁ ଭୋଟ ଦେଇଥିବା କୁହାଯାଉଛି ।
ଅଧିକାଂଶ ନିର୍ବାଚନରେ ବିଜେପିକୁ ମୁସଲିମ୍ ଭୋଟରଙ୍କ ସମର୍ଥନ ମିଳିନଥାଏ ବୋଲି ଚର୍ଚ୍ଚା ହୋଇଥାଏ । ଖାସ୍ କରି, ବିଜେପିକୁ ଅନେକ ମୁସଲିମ୍ ଭୋଟର ସାମ୍ପ୍ରଦାୟିକ ଦଳ ବୋଲି ଅଭିଯୋଗ କରନ୍ତି । ହେଲେ ଏଥର କିନ୍ତୁ ଦିଲ୍ଲୀରେ ମୁସଲିମ୍ ଭୋଟରଙ୍କ ଦିଲ୍ ଜିତିବାରେ ସକ୍ଷମ ହେଇଛି ବିଜେପି ।