କଂଗ୍ରେସ ପରାଜୟକୁ ସ୍ବୀକାର କରିଛି । ଦିଲ୍ଲୀରେ କଂଗ୍ରେସ ପୁଣି ଚିତ ପଟାଙ୍ଗ ମାରିଛି । କଂଗ୍ରେସ -ଆପ ଲଢ଼େଇରୁ ଫାଇଦା ନେଇଛି ବିଜେପି । ଦିଲ୍ଲୀ ନିର୍ବାଚନରେ ଗଡୁନି କଂଗ୍ରେସର ଗାଡି । ମାତ୍ର ଗୋଟିଏ ସିଟ ବଦଲୀରେ କଂଗ୍ରେସ ଆଗୁଆ ରହୁଛି । ହେଲେ ଆଉ କୌଣସି ସିଟରେ କଂଗ୍ରେସ ନିଜ ଯାଦୁ ଚଲାଇପାରୁନି । ଦିଲ୍ଲୀ ନିର୍ବାଚଳ ଫଳାଫଳ ଏବେ ବିଜେପି ଆଡକୁ ଢଳୁଛି । ଦଳ ଆପଠାରୁ ବହୁ ଆଗରେ ରହିଛି । ତେବେ ଭୋଟ ଗଣତି ପରେ ଜଣାପଡିବ ସରକାର କିଏ ଗଢିବ ।
କଂଗ୍ରେସ ନେତା ରବର୍ଟ ଭଦ୍ରା କହିଛନ୍ତି ଦିଲ୍ଲୀର ଜନତା ଯାହାକୁ ବାଛିବେ ସେମାନେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଦରକାର । ଆମକୁ ପ୍ରଦୂଷଣରୁ ମୁକ୍ତି ଦରକାର ମହିଳାଙ୍କୁ ସୁରକ୍ଷା ଦରକାର ଏଠାରେ ଇନଫ୍ରାଷ୍ଟକଚରରେ ପରିବର୍ତନ ଦରକାର । ମୁଁ ଏହା ଜାଣିଛି ଯିଏ ବି ସରକାରକୁ ଆସିବ କଂଗ୍ରେସ ଆଉ ତାର ନେତାମାନେ ତାଙ୍କ ସହ ମିଶି କାମ କରିବେ ।
ଦିଲ୍ଲୀରେ ପ୍ରଦୂଷଣ ବଡ ମୁଦ୍ଦା ଏହା ଉପରେ କାମ କରିବା ଦରକାର । ଆଉ ନିର୍ବାଚନ ଲଢେଇ ବେଳେ କାହାକୁ କିଣିବା, ସରକାର ଗଢିବା ପାଇଁ କଣ କଣ ଦରକାର ଭାବିବା ଉଚିତ ନୁହେଁ । ଲୋକ ଭୋଟ ଦେଇଛନ୍ତି ତାଙ୍କୁ ଉଚିତ ମୂଲ୍ୟ ମିଳିବା ଦରକାର । ଯିଏ ବି ଜିତୁ ସେ ଲୋକଙ୍କ ହିତରେ କାମ କରୁ ବୋଲି ରବର୍ଟ ଭଦ୍ରା କହିଛନ୍ତି ।