ଆଜି ଭାରତର ରିଜର୍ଭ ବ୍ୟାଙ୍କ ରେପୋ ରେଟ ହ୍ରାସ କରିଛନ୍ତି । ଯାହା ଫଳରେ ଲୋନ ଇଏମଆଇ ଏବେ କମିବ । 6.25 ପ୍ରତିଶତ କରିବାକୁ ଘୋଷଣା ଯାହାକି ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତି ।
ନୂତନ ଭାବରେ ନିଯୁକ୍ତି ହୋଇଥିବା ଗଭଣ୍ଣର ସଞ୍ଜୟ ମଲୋହୋତ୍ରାଙ୍କ ନେତୃତ୍ବରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଏମସିପି ହାରକୁ 25 ବେସିକ ପଏଣ୍ଟ ହ୍ରାସ କରିବା ପରେ 6.26 ପ୍ରତିଶତ ରିପୋ ରେଟ ରହିଛି ।
ରେପୋ ରେଟ୍ ବା ସୁଧ ହାର ହେଉଛି ରିଜର୍ଭ ବ୍ୟାଙ୍କ୍ରୁ ବାଣିଜ୍ୟିକ ବ୍ୟାଙ୍କ୍ମାନେ ନେଉଥିବା ଅର୍ଥ ଉଧାର ଉପରେ ଦେବାକୁ ପଡୁଥିବା ସୁଧ। ରିଭର୍ସ ରେପୋ ରେଟ୍ ହେଉଛି ବାଣିଜ୍ୟିକ ବ୍ୟାଙ୍କ୍ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ୍ ଦେଉଥିବା ଦେୟ।
ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କର ଏହା ପ୍ରଥମ ନୀତି ବୈଠକ ଥିଲା। ୨୦୨୦ ମସିହା ପରଠାରୁ ରୋପା ରେଟ୍ ପ୍ରଥମ ଥର ପାଇଁ ହ୍ରାସ ପାଇଛି। ବ୍ୟୟ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏପରି ନିଷ୍ପତ୍ତି ନେଇଥିବା ସୂଚନା ରହିଛି।
ପୂର୍ବରୁ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ମେ ‘ ୨୦୨୦ରେ ରେପୋ ହାର ହ୍ରାସ କରିଥିଲା । କିନ୍ତୁ ଏହାପରେ ଏହାକୁ ଧୀରେଧୀରେ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଶେଷ ଥର ପାଇଁ ଫେବୃଆରୀ ୨୦୨୩ରେ ରେପୋ ହାର ବୃଦ୍ଧି କରାଯାଇଥିଲା।