ପ୍ରଥମ ଦିନିକିଆ ଜିତିଲା ଭାରତ । ଭାରତ ପକ୍ଷରୁ ଶୁଭମନ ଗିଲ ୮୭ ରନ କରି ଭାରତକୁ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶ୍ରେୟସ ଆୟର ୫୯ ରନ ଓ ଅକ୍ଷର ପଟେଲ ୫୨ ରନ କରିଥିଲେ ।
ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ପ୍ରଥମ ଦିନିକିଆରେ ୪ ଓ୍ବିକେଟରେ ବିଜୟୀ ହୋଇଛି ଭାରତ । ଯଶସ୍ବୀ ଜୟସ୍ବାଲ ଓ ରୋହିତ ଶର୍ମାଙ୍କୁ ହରାଇଥିଲା।
ପ୍ରଥମ ପଦାର୍ପଣରେ ଯୁବ ବ୍ୟାଟର୍ ଜୟସ୍ବାଲ ୨୨ ବଲ୍ରୁ ୧୫ ରନ୍ କରି ଫେରିଯାଇଥିଲେ। ପରବର୍ତ୍ତୀ ୩ ବ୍ୟାଟର୍ ଶୁବମନ ଗିଲ୍ (୯୬ ବଲ୍ରୁ ୮୭ ରନ୍), ଶ୍ରେୟସ ଆୟର (୩୬ ବଲ୍ରୁ ୫୯ ରନ୍), ଅକ୍ଷର ପଟେଲ (୪୭ ବଲ୍ରୁ ୫୨ ରନ୍)ଙ୍କ ପାଳି କିନ୍ତୁ ଭାରତକୁ ସହଜ ବିଜୟ ଦିଗରେ ଅଗ୍ରସର କରାଇଥିଲା।
ବାସ୍ତବରେ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଶ୍ରେୟସ ଆୟର ମାତ୍ର ୩୦ ବଲ୍ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରି ଭାରତକୁ ବିଜୟ ମୁହାଁ କରିଥିଲେ। କେଏଲ୍ ରାହୁଲ (୨) ବିଫଳ ହୋଇଥିଲେ ମଧ୍ୟ ହାର୍ଦିକ ପାଣ୍ଡ୍ୟା (୬ ବଲ୍ରୁ ୯* ରନ୍) ଓ ରବୀନ୍ଦ୍ର ଜାଡ଼େଜା (୧୦ ବଲ୍ରୁ ୧୨* ରନ୍) ଭାରତର ବିଜୟ ମୁଣ୍ଡି ମାରିଥିଲେ।
ଇଂଲଣ୍ଡ ଦ୍ବାରା ରଖାଯାଇଥିବା ୨୪୯ ରନର ଲକ୍ଷ୍ୟକୁ ୩୮.୪ ଓଭରରେ ୬ ଓ୍ବିକେଟ ହରାଇ ୨୫୧ ରନ କରି ହାସଲ କରିନେଇଥିଲା । ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ ଓ ସାକିବ ମେହମୁଦ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳକୁ ଉଭୟ ଓପନର ଫିଲିପ ସଲ୍ଟ ଓ ବେନ ଡକେଟ ଭଲ ଆରମ୍ଭ ଦେଇଥିଲେ ।
ଏହା ସତ୍ତ୍ବେ ଦଳ ଏକ ବଡ଼ ସ୍କୋର କରିପାରିନଥିଲା । ଦଳ ୭୫ ଓ୍ବିକେଟରେ ପ୍ରଥମ ଓ୍ବିକେଟ ହରାଇଥିଲା । ସଲ୍ଟ ୪୩ ଓ ଡକେଟ ୩୨ ରନ କରି ଆଉଟ ହୋଇଥିଲେ । ମଧ୍ୟକ୍ରମରେ ଜସ ବଟଲର ଓ ଜ୍ୟାକବ ବେଥେଲଙ୍କ ଠାରୁ ଭଲ ଇଂନିଂସ ଦେଖିବାକୁ ମିଳିଥିଲା ।
ଉଭୟ ଅର୍ଦ୍ଧଶତକ ଲଗାଇଥିଲେ ।ମାତ୍ର ଦଳର ନିମ୍ନକ୍ରମ ଭୁଶୁଡ଼ି ପଡ଼ିବାରୁ ଦଳ ୨୪୮ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ହର୍ଷିତ ରାଣା ଓ ରବୀନ୍ଦ୍ର ଜେଦେଜା ୩ଟି ଲେଖାଏଁ ଓ ମହମ୍ମଦ ସମ୍ମି, କୁଳଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।