Friday, June 6, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଜାତୀୟ ସ୍ତରର ଜନସମ୍ପର୍କ ଅଭିଯାନ ‘‘ଜଳ ବିଭାଜିକା ଯାତ୍ରା’’ର ଶୁଭାରମ୍ଭ

Ramesh Parida by Ramesh Parida
Feb 6, 2025, 04:10 pm GMT+0530
FacebookTwitterWhatsAppTelegram

କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଆଜି ଆଭାସୀ ମାଧ୍ୟମ ଏକ ଜାତୀୟ ସ୍ତରର ଜନସମ୍ପର୍କ ଅଭିଯାନ ‘‘ଜଳ ବିଭାଜିକା ଯାତ୍ରା’’ର ଶୁଭାରମ୍ଭ କରିଛନ୍ତି। ଏହା ଲୋକଙ୍କ ଅଂଶଗ୍ରହଣ ସୃଷ୍ଟି କରିବା ଏବଂ ପ୍ରକଳ୍ପ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନାର ଜଳ ଛାୟା ବିକାଶ ଉପାଦାନ (ଡବ୍ଲୁଡିସି – ପିଏମକେଏସୱାଇ) ଅଧୀନରେ କରାଯାଉଥିବା ଜଳ ବିଭାଜିକା ବିକାଶ କାର୍ଯ୍ୟକଳାପ ବିଷୟରେ ସଚେତନତା ସୃଷ୍ଟି କରିବ। ଏହି ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଚନ୍ଦ୍ର ଶେଖର ପେମ୍ମାସାନୀ ଏବଂ ଶ୍ରୀ କମଲେଶ ପାଶ୍ୱାନ ମଧ୍ୟ ଉପସ୍ଥିତ ଥିଲେ ଏବଂ ଜଳ ବିଭାଜିକା ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସମାବେଶକୁ ସମ୍ବୋଧିତ କରିଥିଲେ। ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ବିଭାଗୀୟ ମନ୍ତ୍ରୀ, ଡବ୍ଲ୍ୟୁଡିସି- ପିଏମକେଏସୱାଇର କାର୍ଯ୍ୟାନ୍ୱୟନ ସହ ଜଡ଼ିତ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ନିଜ ନିଜ ରାଜ୍ୟରେ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ ଏବଂ ଏକକାଳୀନ ଯାତ୍ରାର ଶୁଭାରମ୍ଭ କରିଥିଲେ। ଜଳ ବିଭାଜିକା ଯାତ୍ରା ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୋଟ 800 ଗ୍ରାମ ପଞ୍ଚାୟତ ଏବଂ ଏକ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଲୋକଙ୍କ ବର୍ତ୍ତମାନର ଓ ଭବିଷ୍ୟତର ଆବଶ୍ୟକତା ପାଇଁ ମୃତ୍ତିକା ଓ ଜଳ ସଂରକ୍ଷଣର ଗୁରୁତ୍ୱ ଏବଂ ସାରା ଦେଶରେ ଡବ୍ଲ୍ୟୁଡିସି- ପିଏମକେଏସୱାଇ ପ୍ରକଳ୍ପର ପ୍ରଭାବଶାଳୀ ଏବଂ ସଫଳ କାର୍ଯ୍ୟକାରିତାରେ ଜନସମାଜର ସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଯାତ୍ରାରେ ଆଗ୍ରହର ସହିତ ଅଂଶଗ୍ରହଣ କରିବା ଏବଂ ଡବ୍ଲ୍ୟୁଡିସି- ପିଏମକେଏସୱାଇର ସଫଳତାକୁ ସୁନିଶ୍ଚିତ କରିବା ଲାଗି ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଏହି ଯାତ୍ରା ଏକ ‘‘ଗୋଷ୍ଠୀ ପରିଚାଳିତ ଆଭିମୁଖ୍ୟ’’ ହାସଲ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ । କ୍ଷେତ୍ର ସ୍ତରରେ କାର୍ଯ୍ୟକାରିତା କଳକୁ ଉତ୍ସାହିତ କରିବ ଏବଂ କୃଷି ଉତ୍ପାଦକତା, ଜୀବିକା ଓ ପରିବେଶରେ ଉନ୍ନତି ପାଇଁ ପ୍ରାକୃତିକ ସମ୍ବଳର ସ୍ଥାୟୀ ପରିଚାଳନାର ଗୁରୁତ୍ୱ ଉପରେ ଆଲୋକପାତ କରିବ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଜଳବିଭାଜିକା ଯାତ୍ରା ସମୟରେ ନୂତନ କାର୍ଯ୍ୟର ଭୂମି ପୂଜନ, ସମ୍ପୂର୍ଣ୍ଣ ହୋଇଥିବା କାର୍ଯ୍ୟର ଉତ୍ସର୍ଗ, ଜଳବିଭାଜିକା ଉତ୍ସବ, ଜଳବିଭାଜିକା ପଞ୍ଚାୟତ, ପ୍ରକଳ୍ପ କ୍ଷେତ୍ରରେ ଜଳବିଭାଜିକା ଗାଇଡମାନଙ୍କୁ ପୁରସ୍କାର ଏବଂ ସ୍ୱୀକୃତି, ଭୂମି-ଜଳ ପିଚ୍ ଏବଂ ଶ୍ରମଦାନ ଆଦି ଭଳି କାର୍ଯ୍ୟକଳାପଗୁଡ଼ିକ ସାଧାରଣ ଜନତାଙ୍କୁ ସ୍ଥାୟୀ ସମ୍ବଳ ପରିଚାଳନାର ବାର୍ତ୍ତା ପ୍ରଦାନ କରିବ।

ଯାତ୍ରାର ଶୁଭାରମ୍ଭ ଅବସରରେ ଶ୍ରୀ ଚୌହାନ 2025 ଏବଂ 2026 ବର୍ଷ ପାଇଁ ଡବ୍ଲ୍ୟୁଡିସି- ପିଏମକେଏସୱାଇ 2.0 ଅଧୀନରେ ‘ୱାଟରଶେଡ୍ ବା ଜଳବିଭାଜିକା-ଜନ ଭାଗିଦାରୀ ପ୍ରତିଯୋଗିତା’ ମଧ୍ୟ ଘୋଷଣା କରିଥିଲେ। ସେ ଏହା ମଧ୍ୟ ସୂଚନା ଦେଇଥିଲେ ଯେ ‘ପବ୍ଲିକ୍-ପ୍ରାଇଭେଟ୍-ପିପୁଲ୍ ପାର୍ଟନରସିପ୍ (4ପି)’ କୁ ଅନ୍ତର୍ଭୁକ୍ତ କରି ଗୋଷ୍ଠୀ ନେତୃତ୍ୱାଧୀନ ଜଳବିଭାଜିକା ପରିଚାଳନାର ନୀତି ଉପରେ ଆଧାରିତ ଏହା ଏକ ଅନନ୍ୟ ମଡେଲ। ଏହା ଅଧୀନରେ ପ୍ରକଳ୍ପ କ୍ଷେତ୍ରରେ ସରକାରୀ ପାଣ୍ଠି ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ଦ୍ୱାରା କରାଯାଇଥିବା କାର୍ଯ୍ୟର ରାଜ୍ୟ ସ୍ତରରେ ମୂଲ୍ୟାଙ୍କନ କରାଯିବ ଏବଂ ଉତ୍କୃଷ୍ଟ ତଥା ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ପ୍ରକଳ୍ପଗୁଡ଼ିକୁ ପ୍ରତି ପ୍ରକଳ୍ପ ପାଇଁ ଅତିରିକ୍ତ 20 ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ମୋଟ 70.80 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ଯାହା ପ୍ରତିବର୍ଷ 177ଟି ପ୍ରକଳ୍ପକୁ ଲାଭାନ୍ୱିତ କରିବ। ଚଳିତ ବର୍ଷର ପ୍ରତିଯୋଗିତା ପାଇଁ ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ ଏପ୍ରିଲ ମାସରେ କରାଯିବ।

Tags: INDIAnewsodishaTOP NEWS
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.