ଭାରତ ଓ ଇଂଲଣ୍ଡ ମଧ୍ୟ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ । ପ୍ରଥମ ମ୍ୟାଚ ନାଗପୁର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡ଼ିୟମରେ ଖେଳା ଯାଉଛି ସିରିଜର ପ୍ରଥମ ମ୍ୟାଚ । ପ୍ରଥମ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଦଳ । ଆଜିର ମ୍ୟାଚ ପାଇଁ ଫିଯ ନାହାନ୍ତି ଷ୍ଟାର ବ୍ୟାଟର ବିରେଟ କୋହଲି । ଆଣ୍ଠୁରେ ସମସ୍ୟା ଯୋଗୁଁ ସେ ବିଶ୍ରାମ ନେଇଛନ୍ତି । ସେପଟେ ଆଜି ଦିନିକିଆରେ ଡ଼େବ୍ୟୁ କରିଛନ୍ତି ଭାରତର ଦୁଇ ନୂଆ କ୍ରିକେଟର ।
ଆଜି ଦିନିକିଆରେ ଡେବ୍ୟୁ କରିଛନ୍ତି ଭାରତର ଉଦୀୟମାନ କ୍ରିକେଟର ଜଶସ୍ୱୀ ଜୟସ୍ୱାଲ । ଟି-ଟ୍ବେଣ୍ଟିରେ ଜଲ୍ୱା ଦେଖାଇବା ପରେ ଏବେ ଦିନିକିଆରେ ସୁଯୋଗ ପାଇଛନ୍ତି । ଏହାସହ ଫାଷ୍ଟ ବୋଲର ହର୍ଷିତ ରାଣା ମଧ୍ୟ ଦିନିକିଆରେ ଡେବ୍ୟୁ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ବୋଲିଂ ଧାର ଦେଖାଇବା ପରେ ଏବେ ତାଙ୍କୁ ଦିନିକିଆ ଦଳରେ ବି ସାମିଲ କରାଯାଇଛି । ଉଭୟ ଦମ୍ଦାର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।
ଟସ୍ ପରେ କ୍ୟାପ୍ଟେନ୍ ରୋହିତ ଶର୍ମା କହିଛନ୍ତି ଯେ, ଆମେ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲୁ । ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗରେ ଆକ୍ରାମକ ଆଭିମୁଖ୍ୟ ଆପଣାଇବାକୁ ଚେଷ୍ଟା କରିବୁ । ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ । ସେପଟେ ଟି-ଟ୍ବେଣ୍ଟି ସିରିଜ ପରେ ଦିନିକିଆ ଦଳରେ ସାମିଲ ହୋଇଛନ୍ତି ସିନିୟର ବ୍ୟାଟର ଜୋ ରୁଟ୍ ।