ଆଜିଠୁ ଓ୍ବାନଡେ ଲଢ଼େଇ । ନାଗପୁରରେ ଅହରାହ୍ଣ ୧ଟା ୩୦ରେ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ ଭାରତ । କିଛି ମାସ ହେଲା ଭାରତ ଏକଦିବସୀୟ ମ୍ୟାଚ ଖେଳିନାହିଁ ।
ଆଜିର ମ୍ୟାଚରେ ରୋହିତଙ୍କ ରଣନୀତି ଉପରେ ଦଳ ନିର୍ଭର କରିବ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୪-୧ରେ ଜିତିବା ପରେ ଭାରତୀୟ ଦଳ ଏବେ ୫୦ ଓଭର ଫର୍ମାଟ ଉପରେ ନଜର ରଖିଛି । ଆଗକୁ ଚାମ୍ପିଆନସ ଟ୍ରଫି ରହିଛି । ତେଣୁ ଏହି ସିରିଜ ବିଶେଷ ପ୍ରଭାବ ପକାଇବ ।
ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ନାଗପୁରର ବିଦର୍ଭ କ୍ରିକେଟ୍ ସଂଘ (ଭିସିଏ) ଷ୍ଟାଡିୟମ୍ରେ ଖେଳାଯିବ। ଅନ୍ୟପକ୍ଷରେ ଦ୍ବିତୀୟ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯିବ।
ଆଗକୁ ପାକିସ୍ତାନ ଏବଂ ୟୁଏଇରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର ପ୍ରସ୍ତୁତି ଲାଗି ଉଭୟ ଦଳ ପାଇଁ ନିଶ୍ଚିତ ଭାବେ ଉପଯୋଗୀ ସାବ୍ୟସ୍ତ ହେବ। ଯିଏ ଶୃଙ୍ଖଳା ଜିତିବ ସିଏ ଆତ୍ମବିଶ୍ବାସର ସହ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଯିବ। ତେବେ ଦେଖିବାକୁ ଗଲେ ଭାରତର ପଲା ଭାରି ରହିଛି । ଆଜିର ମ୍ୟାଚ ଭାରତ ଜିତିବାର ବେଶୀ ସମ୍ଭାବନା ରହିଛି ।