ପାକିସ୍ତାନର ହିନ୍ଦୁମାନଙ୍କ ପାଇଁ ଖୁସିର ସମୟ । ଆଠବର୍ଷ ପରେ ମିଳିଲା ଭାରତ ପାଇଁ ଆସିବାକୁ ଅନୁମତି । ନିଜ ପ୍ରିୟଜନଙ୍କ ପରଲୋକ ପରେ ଅସ୍ଥି ବିସର୍ଜନ ପାଇଁ ସେମାନେ ଅପେକ୍ଷାରେ ଥିଲେ । ଏବେ ତାଙ୍କୁ ଅନୁମତି ମିଳିଥିବାରୁ ସେ ଭାରତ ଆସି ହରିଦ୍ବାରରେ ପହଁଚିଛନ୍ତି ।
ଅଟାରି ସୀମାନ୍ତ ହୋଇ 480ଟି ଅସ୍ଥି ନେଇ ଭାରତକୁ ଆସିଛନ୍ତି ପାକିସ୍ତାନୀ ହିନ୍ଦୁ । ଏହି ଅସ୍ଥିଗୁଡ଼ିକ ପାକିସ୍ତାନର ହିନ୍ଦୁମାନଙ୍କର ପରିଜନଙ୍କର ।
ଗଙ୍ଗା ନଦୀରେ ବିସର୍ଜନ କରାଯିବା ପାଇଁ ସେମାନେ ବର୍ଷ ବର୍ଷ ଅପେକ୍ଷା କରିଥିଲେ। ଭାରତକୁ ଆସିଥିବା ଏହି ସମୂହରେ କରାଚିର ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିରର ମହନ୍ତ ରାମନାଥ ମିଶ୍ର ମଧ୍ୟ ଅଛନ୍ତି, ଯିଏ ଏହି ପବିତ୍ର କାର୍ଯ୍ୟ ପାଇଁ ଚୟନିତ ହୋଇ ନିଜକୁ ଧନ୍ୟ ଏବଂ ଭାଗ୍ୟଶାଳୀ ମାନୁଛନ୍ତି।
ଏହି ହିନ୍ଦୁମାନଙ୍କୁ ମହାକୁମ୍ଭ ସମୟରେ ଅସ୍ଥି ନେଇ ଭାରତ ଆସିବାକୁ ଭିସା ମିଳିଛି। ସେମାନଙ୍କ ପାଖରେ ଲକ୍ଷ୍ଣୌ ଏବଂ ହରିଦ୍ୱାର ଯିବାକୁ ଭିସା ଅଛି, କିନ୍ତୁ ସେମାନେ ପ୍ରୟାଗରାଜ ଯିବା ପାଇଁ ଅନୁମତି ମିଳିବାକୁ ଅପେକ୍ଷା କରୁଛନ୍ତି। ଯଦି ଏହି ଅନୁମତି ମିଳିଯାଏ, ତେବେ ସେମାନେ କେବଳ ଲକ୍ଷ୍ଣୌ ଏବଂ ହରିଦ୍ୱାରକୁ ନୁହେଁ, ପ୍ରୟାଗରାଜ ଯାଇ ସଂଗମରେ ଡୁବକି ଲଗାଇବେ।
ଅସ୍ଥି ବିସର୍ଜନ ବିଷୟରେ କଥା କହିଲେ, ଜାଣିବାକୁ ମିଳୁଛି ଯେ ଏହି ଅସ୍ଥିଗୁଡ଼ିକ 4 ଫେବୃଆରୀ ଠାରୁ 21 ଫେବୃଆରୀ ପର୍ଯ୍ୟନ୍ତ ଦିଲ୍ଲୀର ସବୁଠୁ ପୁରୁଣା ଏବଂ ବଡ଼ ଶ୍ମଶାନ ଘାଟ, ନିଗମ ବୋଧ ଘାଟ ରେ ରଖାଯିବ। ଏଠି ଅନେକ ଲୋକ ଆସି ଏହି ଅସ୍ଥିମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ଏବଂ 21 ଫେବୃଆରୀରେ ବେଦିକ ପଦ୍ଧତି ଅନୁଯାୟୀ ଏମାନଙ୍କୁ ହରିଦ୍ୱାରକୁ ନେଇଯିବାଯିବ। 22 ଫେବୃଆରୀରେ ସୀତା ଘାଟରେ ଏହାମାନଙ୍କର ବିସର୍ଜନ କରାଯିବ। ଏହି ସମୟରେ 100 କିଲୋ ଦୁଧର ଆହୁତି ଦିଆଯିବ।
ପାକିସ୍ତାନର ହିନ୍ଦୁମାନେ ଅସ୍ଥିଗୁଡ଼ିକ ଗଙ୍ଗା ନଦୀ ରେ ବିସର୍ଜନ କରାଯିବାକୁ ଅନେକ ଦିନ ଧରି ଅପେକ୍ଷା କରିଥିଲେ । ଏହା ତୃତୀୟଥର ଯେତେବେଳେ ପାକିସ୍ତାନର ହିନ୍ଦୁମାନଙ୍କ ଅସ୍ଥି ଭାରତ ଆଣାଯାଇଛି। ଏହି ପୂର୍ବରୁ 2011 ଏବଂ 2016 ରେ ଏପରି ଅସ୍ଥି ଆସିଥିଲା ।
କରାଚି ମନ୍ଦିରର ସଂରକ୍ଷକ ରାମନାଥ ମିଶ୍ର 2011 ରେ ପ୍ରାୟ 135ଟି ଅସ୍ଥି ଏବଂ 2016 ରେ 160ଟି ଅସ୍ଥି ନେଇ ଭାରତକୁ ଆସିଥିଲେ।
ଏମଧ୍ୟରୁ 64 ବର୍ଷ ଧରି ସଂରକ୍ଷିତ କରି ରଖାଯାଇଥିବା ଅସ୍ଥିମାନ ମଧ୍ୟ ଥିଲା। ଏହିଥରେ 480ଟି ଅସ୍ଥି ନେଇ ଆସିବା ସମୟରେ ରାମନାଥ ମିଶ୍ର କହିଛନ୍ତି ଯେ ସେମାନେ 8 ବର୍ଷ ଧରି ଏହି ଅସ୍ଥିଗୁଡ଼ିକୁ ଶ୍ମଶାନରେ ରଖିଥିଲେ। ଯେତେବେଳେ ସରକାର ଏମାନଙ୍କୁ ଭାରତକୁ ଆଣିବାକୁ ଅନୁମତି ଦେବାପରେ ସେମାନେ ଭାରତ ଆସିଛନ୍ତି ।