ନେସନାଲ କନଫରେନ୍ସ ନେତା ଫାରୁଖ ଅବ୍ଦୁଲ୍ଲା ପୁଣି ବିବାଦୀୟ ବୟାନ ଦେଇ ଚର୍ଚାରେ । ସେ କାହିଁକି ମହାକୁମ୍ଭ ଯିବେ ନାହିଁ ପ୍ରଶ୍ନର ଉତ୍ତରରେ ବିବାଦିତ ବୟାନ ଦେଇଛନ୍ତି। ହିନ୍ଦୁ ବିଶ୍ୱାସ ଉପରେ କଟାକ୍ଷ କରି, ସେ କହିଛନ୍ତି ଯେ ତାଙ୍କର ଖୁଦା ପାଣିରେ ନାହିଁ।
ମହାକୁମ୍ଭକୁ ନେଇ ସାରା ଦେଶରେ ଚର୍ଚା ଚାଲିଥିବା ବେଳେ ଫାରୁଖ ଅବ୍ଦୁଲ୍ଲାଙ୍କର ଏହି ବୟାନ ପରେ ତାଙ୍କର ଅନେକ ଆଲୋଚନା ଆରମ୍ଭ ହୋଇଛି। ଯଦି ସେ ମକ୍କା, ମଦୀନା ବୁଲିବାକୁ ଯାଉଛନ୍ତି ପ୍ରୟାଗ ଯିବାରେ ଅସୁବିଧା କେଉଁଠି ବୋଲି କହିଛନ୍ତି ।ଲୋକେ ତାଙ୍କର ପୁରୁଣା ମକ୍କା-ମଦୀନା ତସ୍ବୀର ଦେଖାଇ ତାଙ୍କୁ ଟିକା-ଟିପ୍ପଣୀ କରୁଛନ୍ତି।
ସାମ୍ବାଦିକଙ୍କୁ ଫାରୁଖ ଅବ୍ଦୁଲ୍ଲା କହିଲେ, “ମୋର ଖୁଦା ପାଣିରେ ନାହିଁ। ମୋର ଖୁଦା ନ ମନ୍ଦିରରେ ଅଛନ୍ତି, ନ ମସଜିଦରେ ଅଛନ୍ତି, ନ ଗୁରୁଦ୍ୱାରରେ ଅଛନ୍ତି। ମୋର ଖୁଦା ମୋର ହୃଦୟରେ ଅଛନ୍ତି।” ସେ ଏହି ବୟାନ ମହାକୁମ୍ଭରେ ଯିବେ କି ନାହିଁ ବୋଲି ପଚାରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଥିଲେ।