Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ

Ramesh Parida by Ramesh Parida
Feb 5, 2025, 03:54 pm GMT+0530
FacebookTwitterWhatsAppTelegram

ବୀର ପାଇକ ମାଟି ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କରି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ଏହି ଯୋଜନା ଗ୍ରାମୀଣ ଓଡ଼ିଶାର ସାମଗ୍ରିକ ବିକାଶଧାରାକୁ ଆଗେଇ ନେବା ସହ ଗ୍ରାମ ଏବଂ ସହରରେ ଉପଲବ୍ଧ ହେଉଥିବା ବିଭିନ୍ନ ସେବା ଓ ସୁବିଧାର ଅନ୍ତରକୁ କମ କରିବାରେ ସାହାଯ୍ୟ କରିବ। ଗ୍ରାମାଞ୍ଚଳର ବିକାଶ ବିନା ଦେଶର ବିକାଶ ଅସମ୍ଭବ। ତେଣୁ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ଏବଂ ଦୂରଦୃଷ୍ଟି ଦ୍ଵାରା ଆଜି ଦେଶରେ ଗ୍ରାମାଞ୍ଚଳର ଭିତ୍ତିଭୂମି ସୁଦୃଢ ହୋଇପାରିଛି। ସ୍ବଚ୍ଛ ଭାରତ ଅଭିଯାନ ହେଉ ବା ଉଜ୍ଜଳା ଯୋଜନାରେ LPG ସଂଯୋଗ ହେଉ, ପକ୍କା ରାସ୍ତା ହେଉ ବା ସ୍ବଚ୍ଛ ପାନୀୟ ଜଳ ହେଉ – ଏଭଳି ଅନେକ ଜନକଲ୍ଯାଣକାରୀ ଯୋଜନା ଦେଶରେ କାର୍ଯ୍ୟକାରୀ ହେଉଛି। ଯାହାକି ଗ୍ରାମାଞ୍ଚଳର ବିକାଶକୁ ନୂତନ ଗତି ଦେବାରେ ସହାୟକ ହୋଇଛି।

ସେ ଆହୁରି କହିଛନ୍ତି ଯେ ଲୋକଙ୍କ ସରକାର ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ନିର୍ମାଣ ପାଇଁ ପରିକଳ୍ପନା କରିଛନ୍ତି। ଏହାକୁ ସାକାର ରୂପ ଦେବା ନିମନ୍ତେ “ବିକଶିତ ଗାଁ, ବିକଶିତ ଓଡ଼ିଶା” ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆଗାମୀ ୫ବର୍ଷ ପାଇଁ ମୋଟ ୫ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଯୋଜନା ମାଧ୍ୟମରେ ଶିକ୍ଷା, କ୍ରିଡ଼ା, ଗମନାଗମନ, କ୍ଷୁଦ୍ର ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ସହ ସାଂସ୍କୃତିକ କେନ୍ଦ୍ର, କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର ଇତ୍ୟାଦି ନିର୍ମାଣ କରାଯିବ। ଯାହାକି ଲୋକଙ୍କ ଭାଗିଦାରୀ ଏବଂ ସରକାରଙ୍କ ସହଯୋଗ ଦ୍ଵାରା ଗ୍ରାମଞ୍ଚଳର ମୌଳିକ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ। “ବିକଶିତ ଗାଁ, ବିକଶିତ ଓଡ଼ିଶା” ହେଉଛି ପ୍ରକୃତରେ ମାନନୀୟ ମୋଦୀ ଜୀଙ୍କ ମନ୍ତ୍ର, “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”ର ଏକ ଶ୍ରେଷ୍ଠ ନିଦର୍ଶନ। ଆଜିର ଦିନରେ ସମସ୍ତଙ୍କୁ ଆହ୍ଵାନ କରୁଛି ଆସନ୍ତୁ ଏହି ଯୋଜନା ସଫଳ ଏବଂ ଲୋକାଭିମୁଖୀ କରି ଗ୍ରାମାଞ୍ଚଳ ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ପାଇଁ ଆମେ ସମସ୍ତେ ଏକ ହୋଇ କାର୍ଯ୍ୟ କରିବା, ଏଥିପାଇଁ ସମସ୍ତଙ୍କ ସହଯୋଗ ଏବଂ ଯୋଗଦାନ କାମନା କରୁଛି।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ, ଏକାମ୍ର ବିଧାୟକ ବାବୁ ସିଂହ ଓ ଜିଲ୍ଲାପାଳ ଚଞ୍ଚଲ ରାଣା ପ୍ରମୁଖ ଉପସ୍ଥିତ ଅଛନ୍ତି। ଓଡ଼ିଶାର ନୂଆ ସରକାରଙ୍କ ଅଭିନବ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ ଖୋର୍ଦ୍ଧା ଜିଲାର ଜଙ୍କିଆ ମିନି ଷ୍ଟାଡିୟମ ଠାରେ ଶୁଭାରମ୍ଭ ହୋଇଯାଇଛି।
ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ଏବଂ ଅର୍ଥନୀତି ସୁଦୃଢ ହେବା ସହ ଗ୍ରାମୀଣ ଜୀବନ ସୁଗମ ହୋଇପାରିବ। ଏହା ଦ୍ୱାରା ନୂତନ ସରକାରଙ୍କ ଉତ୍କର୍ଷ ଓଡିଶା- ୨୦୩୬ର ରୂପାନ୍ତରଣରେ ଏହା ସହଯୋଗ କରିବେ ସହ ନୂତନ ଦିଗଦର୍ଶନର ବାର୍ତ୍ତା ଦେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ଏହି ଯୋଜନାରେ ୫ ବର୍ଷ ପାଇଁ ୫ କୋଟି ଖର୍ଚ କରାଯିବ। ପ୍ରତିବର୍ଷ ୧ କୋଟି ଟଙ୍କା ଗ୍ରାମର ଉନ୍ନତିକଧ୍‌ରଣ ପାଇଁ ଖର୍ଚ୍ଚ ହେବ। ଏହି ଯୋଜନାରେ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମୌଳିକ ଭିତ୍ତିଭୂମିର ବିକାଶ ସହ ଗ୍ରାମୀଣ ବିକାଶର ସୁଦୃଢୀକରଣ, ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଆଭ୍ୟନ୍ତରୀଣ ଓ ଆନ୍ତ ଗ୍ରାମ୍ୟ ସଡକ ସଂଯୋଗୀକରଣ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀ ବିକାଶ ଓ ଉନ୍ନତିକରଣ, ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକରଣ, ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପ ନିର୍ମାଣ ଓ କାର୍ଯ୍ୟାନ୍ବୟନ ଯୋଜନା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

୨୦୨୪-୨୫ରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ସରକାର ବଜେଟ୍ରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି । ନୂଆ ମାର୍ଗଦର୍ଶିକା ମୁତାବକ ଏହି ଟଙ୍କାକୁ ପ୍ରତି ପଞ୍ଚାୟତକୁ ଆବଣ୍ଟନ କରାଯିବ। ନୂଆ ବ୍ୟବସ୍ଥା ଅନୁସାରେ ପଛୁଆ ବା ଆଦିବାସୀ ବହୁଳ ଅଞ୍ଚଳକୁ ଏହି ଯୋଜନାରେ ସର୍ବାଧିକ ପ୍ରାଥମିକତା ଦିଆଯିବ।
ଏଥିପାଇଁ ମୋଟ ପାଣ୍ଠିର ୪୦ ପ୍ରତିଶତ ବା ୪୦୦ କୋଟି କେବଳ ଆଇଟିଡିଏ ବା ଇଣ୍ଟିଗ୍ରେଟେଡ୍ ଟ୍ରାଇବାଲ ଡେଭଲପମେଣ୍ଟ ଏଜେନ୍ସି ଅଧୀନରେ ଥିବା ବ୍ଲକ୍ରେ ବ୍ଲକ୍ରେ ଖର୍ଚ୍ଚ ହେବ । ରାଜ୍ୟର ମୋଟ ୩୧୪ ବ୍ଳକ୍ ଭିତରୁ ୧୨୧ଟି ବ୍ଳକ୍ ଆଇଟିଡିଏ ଅଧୀନରେ ଆସୁଛି । ଏ ସବୁ ଅଞ୍ଚଳର ବିକାଶକୁ ସରକାର ଅଧିକ ଗୁରୁତ୍ବ ଦେବେ ।
ବାକି ୧୯୩ଟି ବ୍ଲକରେ ଥିବା ପଞ୍ଚାୟତକୁ ୬୦୦ କୋଟି ଟଙ୍କାର ପାଣ୍ଠି ଆବଣ୍ଟନ ହେବ । ପ୍ରତି ଗାଁରେ ଭଲ ରାସ୍ତା ନିର୍ମାଣ ପାଇଁ ଟଙ୍କା ଦିଆଯିବ । ଗାଁରେ ବ୍ଲକ ଟପ୍ ରୋଡ୍, କଂକ୍ରିଟ୍ ରୋଡ଼ ଓ ପେଭର ବ୍ଲକ ରାସ୍ତା ତିଆରି ହେବ। ଆବଶ୍ୟକ ସ୍ଥାନରେ ଡ୍ରେନ୍ ବି ନିର୍ମାଣ ହେବ।

Tags: bikasita-gaon-bikasita-odishanewsodishaTOP NEWS
ShareTweetSendShare

RelatedNews

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ
Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ
Latest News

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.