ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହାକୁମ୍ଭ ରେ ବୁଡ଼ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ୧୧ଟାରୁ ୧୧.୩୦ ପର୍ଯ୍ୟନ୍ତ ସଙ୍ଗମରେ ସ୍ନାନ କରିବା ସହ ପୂଜା କରିଛନ୍ତି । ମହାକୁମ୍ଭରେ ଦଳାଚକଟା ହେବା ପରଠାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଆଜି ସବୁ କଳ୍ପନା ଶେଷ ହୋଇଛି । ପୂଜାରୀମାନେ ସେଠାରେ ଉପସ୍ଥିତ ରହିଛନ୍ତି । ପ୍ରଧାନମନ୍ତ୍ରୀ ବୁଡ଼ ପକାଇବାଠାରୁ ଅଳ୍ପ ଦୂରରେ ହଜାର ହଜାର ଲୋକ ମଧ୍ୟ ବୁଡ଼ ପକାଉଛନ୍ତି ।
ମହାକୁମ୍ଭର ଅଷ୍ଟମୀରେ ପବିତ୍ର ସଙ୍ଗମରେ ପ୍ରବଳ ଭିଡ଼ ହୋଇଛି । ପ୍ରାୟ ୧୧ଟାରେ, ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ହେଲିକପ୍ଟର ଯୋଗେ ମହାକୁମ୍ଭ ନଗରର ଆରାଇଲରେ ଥିବା ଡିପିଏସ୍ ହେଲିପ୍ୟାଡରେ ପହଞ୍ଚିଥିଲେ। ତ୍ରିବେଣୀରେ ସ୍ନାନ କରିବା ପରେ ମୋଦି ଗଙ୍ଗା ପୂଜା କରିଛନ୍ତି ଏବଂ ଦେଶର ମଙ୍ଗଳ ପାଇଁ ପ୍ରାର୍ଥନା କରିଛନ୍ତି। ତ୍ରିବେଣୀରେ ବୁଡ଼ ପକାଇବା ପରେ, ସେ ଦେଶର କୋଟି କୋଟି ସନାତନୀଙ୍କ ଆସ୍ଥାର କେନ୍ଦ୍ର ୧୩ଟି ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱରଙ୍କ ସମେତ ୨୬ ଜଣ ସନ୍ଥଙ୍କ ସହିତ ଗଙ୍ଗା ପୂଜା କରିଛନ୍ତି।