ମହାକୁମ୍ଭରେ ବୁଡ଼ ପକାଉଛି ଜନସମୁନ୍ଦ୍ର । ପିବତ୍ର ସ୍ନାନ ପାଇଁ ପ୍ରୟାଗରାଜରେ ଲାଗୁଛି ଗହଳି । ଭକ୍ତଙ୍କ ସମାଗମ ସ୍ଥଳରୁ ନେଇ ବିଭିନ୍ନ ଘାଟରେ ଦେଖିବାକୁ ମିଳୁଛି । ସବୁ ଘାଟରେ ବୁଡ଼ ପାଇଁ ଭିଡ଼ ଲାଗିଛି । ତ୍ରିବେଣୀ ସଙ୍ଗମରେ ସାଧୁ, ସନ୍ଥ, ବାବାଙ୍କ ସହ ଅନକ ଭକ୍ତ ବୁଡ଼ ପକାଉଛନ୍ତି । ତେବେ ଅମୃତ ସ୍ନାନ କରିବାକୁ ଅଧିକ ଗହଳି ହେଉଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ପ୍ରାୟ 35 କୋଟିରୁ ଅଧିକ ଭକ୍ତ ମହାକୁମ୍ଭରେ ପବିତ୍ର ବୁଡ଼ ପକାଇ ସାରିଲେଣି ବୋଲି ଆକଳନ କରାଯାଇଛି ।
ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ବୁଡ ପକାଇବାକୁ ଭକ୍ତ ଚାହିଁ ରହିଥିବା ବେଳେ ସୋମବାର ସକାଳ ୮ଟା ସୁଦ୍ଧା ୬୨ ଲକ୍ଷ ଲୋକ ସଂଗମରେ ବୁଡ ପକାଇଥିଲେ । ରବିବାର ଦିନ ଦେଢ କୋଟି ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ସେହିପରି ମୌନୀ ଅମାବାସ୍ୟା ଦିନ ପ୍ରାୟ ୮ କୋଟି ଲୋକ ବୁଡ ପକାଇଥିଲେ । ମହର ସଂକ୍ରାନ୍ତିରେ ୨ କୋଟି ଏବଂ ପୁଷ ପୁର୍ଣ୍ଣିମାରେ ଦେଢ କୋଟିରୁ ଅଧିକ ଭକ୍ତ ପବିତ୍ର ସଂଗମ ସ୍ଥଳରେ ବୁଡ ପକାଇଛନ୍ତି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମୁଛି । ଆଉ ଏହି ଭିଜକୁ ଦୃଷ୍ଟିରେ ଏକ ଆକଳନ କରାଯାଉଛି କି ଏମିତି ଯଦି ଭିଡ ପରିଲକ୍ଷିତ ହୁଏ ତେବେ ମହାକୁମ୍ଭ ଶେଷ ହେବା ବେଳକୁ ପ୍ରାୟ ୫୦ କୋଟିରୁ ଅଧିକ ଭକ୍ତ ବୁଡ ପକାଇ ସାରିଥିବେ ।
ତେବେ ମହାକୁମ୍ଭରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବୁଡ ପକାଇବାକୁ ଥିବା ବେଳେ ପୂର୍ବରୁ ଅମିତ ଶାହା, ଯୋଗୀ ଆଦିତ୍ୟନାଥ, ବାବା ରାମଦେବଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ରାଜନେତା, କବି ଲେଖକ, କ୍ରିକେଟର, ବଲିଉଡ ତାରକା ବୁଡ ପକାଇବାକୁ କୁମ୍ଭମେଳା ଆସୁଛନ୍ତି ।
ଅମୃତ ବୁଡ ପକାଉଥିବା ଭକ୍ତଙ୍କ ଉପରେ ପୁଷ୍ପ ବର୍ଷା କରାଯାଉଛି । ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ଏହି ପୁଷ୍ପ ବୃଷ୍ଟି କରାଯାଉଛି । ତେବେ ଗତ ମୌନୀ ଅମାବାସ୍ୟା ବେଳେ ହୋଇଥିବା ଭିଡ ଏବଂ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହେବା ସହ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଆଉ ଏହି ଘଟଣା ପରେ ଚେତିଛି ପ୍ରଶାସନ । ଭିଡ ନିୟନ୍ତ୍ରଣ ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଖୋଦ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଏହି ଫୋର୍ସ ଗଠନ କରାଯାଇ ଭିଡ ନିୟନ୍ତ୍ରଣ କରାଯାଉଛି ।