ରାତି ପାହିଲେ ଦିଲ୍ଲୀରେ ପଡ଼ିବ ଭୋଟ । ଆସନ୍ତାକାଲି ଭୋଟ ପଡ଼ିବାକୁ ଥିବା ବେଳେ ଏହାରି ଭିତରେ କଡ଼ାକଡ଼ି ହୋଇଛି ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା । ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସବୁ ସମ୍ବେଦନଶୀଳ ବୁଥରେ ଅଧିକ ପୋଲିସକୁ ମୁତୟନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଜାନୁଆରୀ ୭ରୁ ଫେବ୍ରୁୟାରୀ ୨ତାରିଖ ମଧ୍ୟରେ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ମାମଲାରେ ପ୍ରାୟ ୧୦୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅନ୍ୟାନ୍ୟ ଆଇନଗତ ବ୍ୟସ୍ଥା ଅନୁଯାଇ ପାଖାପାଖି ୩୩ ହଜାର ୪୩୪ ଜଣ ଲୋକଙ୍କୁ ପୋଲିସ ଗିରଫ କରିଛି । ମଦ, ଡ୍ରଗ୍ସ ଭଳି ବେଆଇନ୍ କାରବାର ଉପରେ ପୋଲିସ କଡା ନଜର ରଖିଛି ।
ତେବେ ଦିଲ୍ଲୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ୧୫୦ ପାରାମିଲିଟ୍ରି ଫୋର୍ସ ଏବଂ ୩୦ ହଜାରରୁ ଅଧିକ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି । ପାଖାପାଖି ୩ ହଜାର ମତଦାନ କେନ୍ଦ୍ରକୁ ସମ୍ୱେଦନଶୀଳ କେନ୍ଦ୍ରଭାବେ ତାଲିକାଭୂକ୍ତ କରାଯାଇଛି । ଏହି ସମ୍ୱେଦନଶୀଳ ମତଦାନ କେନ୍ଦ୍ର ଗୁଡିକରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଛି । ସବୁଠୁ ବଡ କଥା ହେଉଛି ମତଦାନ କେନ୍ଦ୍ର ଉପରେ ଡ୍ରୋନ୍ ସାହାଯ୍ୟରେ ବି ନଜର ରଖାଯିବାର ବ୍ୟବସ୍ଥା କରାଯାଇଛି । ଡ୍ରୋନ୍ ସର୍ଭିଲାନ୍ସରେ ରହିବ ସମ୍ୱେଦନଶୀଳ ବୁଥ୍ ।