ଭାରତ ନିଜ ସୀମାରେ ରାସ୍ତା ନିର୍ମାଣ କରିବା ପରେ ଏବେ ଚୀନ ଓ ପାକିସ୍ତାନ ଚିନ୍ତାରେ ଅଛନ୍ତି । କାରଣ ବିଷମ ପରିସ୍ଥିତିର ମୁକାବିଲା କରିବା ଲାଗି ଭାରତ ନିଜ ସୀମାକୁ ସଶକ୍ତ କରିବାରେ ଲାଗିଛି । ଯାହାର ନେତୃତ୍ବ ନେଉଛି ବିଆଇରଓ ।
ବିଗତ ୪ ବର୍ଷ ଭିତରେ ବିଆରଓ ୧୨ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳରେ ପାଖାପାଖି ୪୦୫ ଇନଫ୍ରାଷ୍ଟକଚର ପ୍ରୋଜେକ୍ଚ ନିର୍ମାଣ କରିବାରେ ସଫଳ ହୋଇଛି । ଯାହା ମଧ୍ୟରେ ବ୍ରିଜ୍, ଟନେଲ୍ ଓ ହେଲିପ୍ୟାଡ ସାମିଲ ଅଛି ।
ଭାରତ ଚୀନ ସୀମାର ହଜାର ହଜାର କିଲୋମିଟର ଚୀନ ସହ ଯୋଡି ହୋଇ ରହିଛି । ତେଣୁ ସୀମାକୁ ସୁରକ୍ଷା ଦେବା ଭାରତ ଲାଗି ଏକ ବଡ଼ ଚ୍ୟାଲେଞ୍ଜ। ଯେହେତୁ ଏଲ ଓ ସି ସମୁଦ୍ର ପତ୍ତନରୁ ବହୁ ଉଚ୍ଚରେ ରହିଛି, ତେଣୁ ସେଠାରେ ଭାରତୀୟ ଯବାନ ପ୍ରହାର ଦେବା ଆଦୌ ସହଜ ନୁହେଁ ।
ଖାଲି ଏତିକି ନୁହେଁ ବରଂ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସଙ୍ଗେ ସଙ୍ଗେ ଏଲଏସିରେ ପହଞ୍ଚିବା ସହଜ ନୁହେଁ । ତେଣୁ ଏଲଏସିକୁ ଯେଉଁ ପରି ଭାବରେ ରାସ୍ତା ତିଆରି କଲା ଇଣ୍ଡିଆ ଏବଂ ଏହାର ଟେର ପାଇଲା ନାହିଁ ଚୀନ ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା।