ଚଳିତ 19 ବର୍ଷରୁ କମ ମହିଳା ଟି- 20 ବିଶ୍ବକପ ଦ୍ବିତୀୟ ସଂସ୍କରଣୀରେ ଗତଥରର ଚାମ୍ପିଅନ ଭାରତ ଏଥର ପୁଣି ଥରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ବିବିଜୟୀ ହୋଇଛି । ଲଗାତାର ଦୁଇଥର ବିଶ୍ବବିଜେତା ବନିଛି ଟିମ ଇଣ୍ଡିଆ । କୁଆଲାଲୁମ୍ପୁରରର ଓଭାଲରେ ହୋଇଥିବା ଫଇନାଲ ଲଢେଇରେ ଦକ୍ଷିଣ ଆଫ୍ରିକାକୁ 9 ଓ୍ବିକେଟରେ ମାତ ଦେଇ ଭାରତୀୟ ମହିଳା ଦଳ ବିଶ୍ବ ଚାମ୍ପିଅନ ବନିଛି ।
ପ୍ରଥମେ ଦକ୍ଷିଣ ଆଫ୍ରିକା ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୨୦ ଓଭର ଖେଳି ଅଲଆଟ୍ ହୋଇ ମାତ୍ର ୮୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ତେବେ ଭାରତ ୮୩ ରନ୍ ଟାର୍ଗେଟର ପିଛା କରି ୧୧.୨ ଓଭର ଖେଳି ବିଜୟ ହାସଲ କରିଛି । ଲଗାତାର ଦ୍ୱିତୀୟ ଥର ପାଇଁ ଭାରତୀୟ ମହିଳା ବିଶ୍ୱ ଚମ୍ପିଆନ ବନିଛି । ୨୦୨୩ରେ ସାଉଥ ଆଫ୍ରିକାରେ ଆୟୋଜିତ ମହିଳା ଟି-୨୦ ବିଶ୍ୱକପ୍ ଜିତିଥିଲା ଭାରତ ।
୨୦୨୩ରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ ଭାରତ ୭ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରି ବିଶ୍ୱକପ୍ର ପ୍ରଥମ ଟାଇଟଲ ଜିତିଥିଲା। ଟୁର୍ଣ୍ଣାମେଣ୍ଟର ସବୁ ୬ଟି ଯାକ ମ୍ୟାଚ୍ ଜିତି ଭାରତ ଅପରାଜେୟ ରହିଛି ଓ ହଟ୍ ଫେବରାଇଟ୍ ବିବେଚତ ହୋଇଥିଲା। ନିକ୍କି ପ୍ରସାଦଙ୍କ ନେତୃତ୍ୱାଧୀନ ଭାରତ ଓେଷ୍ଟଇଣ୍ଡିଜକୁ ୯ ୱିକେଟରେ, ମାଲେସିଆକୁ ୧୦ ୱିକେଟରେ, ଶ୍ରୀଲଙ୍କାକୁ ୬୦ ରନରେ, ବାଂଲାଦେଶକୁ ୮ ୱିକେଟରେ, ସ୍କଟଳାଣ୍ଡକୁ ୧୫୦ ରନରେ ଓ ଶେଷରେ ସେମିଫାଇନାଲରେ ଇଂଲଣ୍ଡକୁ ୯ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଆଉ ଆଜି ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ମାତ୍ ଦେଇ ବିଶ୍ବବିଜୟୀ ହୋଇଛି।